Pratidin TV

Odisha's Digital News Platform

ଜାନୁଆରୀ ୨୨ ରେ ଖୋଲିବ ଭବ୍ୟ ରାମମନ୍ଦିର , ପ୍ରତିଷ୍ଠା ପରେ ୧୦ ଦିନ ଧରି ଚାଲିବ ଉତ୍ସବ….

1 min read

ନୂଆଦିଲ୍ଲୀ ; ଦେଶବାସୀଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ଆସୁଛି ବଡ ଖୁସି , ଖୋଲିବ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ଖୁସିରେ ଝୁମିବ ପୁରା ଦେଶ । ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହିବେ । ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି ଏହି ତାରିଖ। ଏହି ଦିନ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଓ ଦିବ୍ୟ ମନ୍ଦିରରେ ହେବ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ।

ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପ୍ରାଣ ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ଗ୍ରହଣ କରି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ବୋଲି କହିଛନ୍ତି। ତେବେ ଏହି ନିମନ୍ତ୍ରଣ ପରେ ପ୍ରଧାନ ନ୍ତ୍ରୀ ଟୁଇଟର ଏକ୍ସରେ ନିଜେ ପୋଷ୍ଟ କରି ଏଖବର ବାଣ୍ଟିଛନ୍ତି । ତା ସହ ଲେଖିଛନ୍ତି ଯେ ମୁଁ ନିଜକୁ ଧନ୍ୟ ମନେକରୁଛି ଯେ ମୁଁ ଏପରି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ବନିବାକୁ ଯାଉଛି ।

Advertisement

ଅନ୍ୟପଟେ ଉଦଘାଟନୀ ଉତ୍ସବକୁ ୨୫ ହଜାର ହିନ୍ଦୁ ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ପୂଜାର୍ଚ୍ଚନା ଆରମ୍ଭ ହେବ ମକର ସଂକ୍ରାନ୍ତିରୁ ଏବଂ ଲଗାତର ୧୦ ଦିନ ଧରି ଚାଲିବ । ବର୍ତ୍ତମାନ ମନ୍ଦିରର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ ।

Leave a Reply

Your email address will not be published. Required fields are marked *