Pratidin TV

Odisha's Digital News Platform

ସାମ୍ନାକୁ ଆସିଲେ ଶ୍ରେୟର୍ସଙ୍କ ‘ମିଷ୍ଟ୍ରି ଗର୍ଲଫ୍ରେଣ୍ଡ’ , ସୋସିଆଲ ମିଡିଆଠୁ ରୁହନ୍ତି ବୋହୁତ ଦୂର …

1 min read

ମୁମ୍ବାଇ ; ଚାରିଆଡେ ଏବେ ଶ୍ରେୟର୍ସଙ୍କ ଚର୍ଚ୍ଚା । ନ୍ୟୁଜିଲାଣ୍ଡ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ମ୍ୟାଚ୍‌ରେ ଧୁଆଁଧାର୍ ବ୍ୟାଟିଂ କରି ଶତକ ରେକର୍ଡ କରିଛନ୍ତି ଶ୍ରେୟର୍ସ ଅୟର୍ । ତେବେ ୱାର୍ଲ୍ଡକପ୍‌ର ପ୍ରଥମ ମ୍ୟାଚ୍‌ରୁ ଶ୍ରେୟର୍ସଙ୍କୁ ଚିଅର ଅପ୍ ବା ଉତ୍ସାହିତ କରିବାକୁ ପଡିଆରେ ପହଞ୍ଚିଥିଲେ ମିଷ୍ଟ୍ରି ଗର୍ଲ । କ୍ୟାମେରାରେ କଏଦ୍ ହୋଇଛି ଶ୍ରେୟର୍ସ ଏବଂ ମିଷ୍ଟ୍ରିଗର୍ଲଙ୍କ ମୁମେଣ୍ଟ । କିଭଳି ପ୍ରତ୍ୟକ ମ୍ୟାଚ୍‌ରେ ଶ୍ରେୟର୍ସଙ୍କୁ ଚିଅରଅଫ୍ କରିବାକୁ ପହଞ୍ଚିଥିଲେ ମିଷ୍ଟ୍ରିଗର୍ଲ ।

ତେବେ ଏହି ମିଷ୍ଟ୍ରିଗର୍ଲ ଜଣଙ୍କ ଆଉ କେହି ନୁହେଁ ବରଂ ଶ୍ରେୟର୍ସଙ୍କ ଗର୍ଲଫ୍ରେଣ୍ଡ ତୃଷା କୁଲକରଣୀ ବୋଲି ଖବର ମିଳିଛି । ଅନେକ ଗଣମାଧ୍ୟମ ଓ ସୋସିଆଲମିଡିଆ କ୍ୟାମେରାର ଏକା ସାଙ୍ଗରେ ଦୁହେଁ ନଜର ଆସିଛନ୍ତି ।

https://twitter.com/SIXOVERPOINT/status/1723592730956398898

ସେହିଭଳି ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିଲା। ଏହି ମ୍ୟାଚ୍ ଦେଖିବାକୁ ଅନେକ ଖେଳାଳିଙ୍କ ପରିବାର ଆସିଥିଲେ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେହ ଏବଂ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଏସବୁ ମଧ୍ୟରେ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କ ମିଷ୍ଟ୍ରିଗର୍ଲ ମଧ୍ୟ ଉପସ୍ଥିତ ଥିଲେ।

ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଦିୱାଲୀ ପାର୍ଟୀରେ ଶ୍ରେୟାସଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ଶେୟର୍ସଙ୍କୁ ତାଙ୍କ ମନପସନ୍ଦ ନାୟିକା ମିଳିଯାଇଥିବା ଚର୍ଚ୍ଚା ଜୋର ଧରିଛି ।ତେବେ ଏହା ପୂର୍ବରୁ ଶ୍ରେୟସ୍ ଏବଂ ଯୁଗବିନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀଙ୍କୁ ନେଇ ଖୁବ ସମାଲୋଚନା ହୋଇଥିଲା । କିନ୍ତୁ ଏସବୁକୁ ପ୍ରତ୍ୟାଖ୍ୟନ କରିଥିଲେ ଶ୍ରେୟର୍ସ ।

Leave a Reply

Your email address will not be published. Required fields are marked *