ଭାରତୀୟ ଟିମ୍କୁ ବଡ ଝଟ୍କା : ନ୍ୟୁଜ୍ଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡିଲେ ଶ୍ରେୟସ୍ ଆୟାର୍
1 min readନୂଆଦିଲ୍ଲୀ : ଭାରତୀୟ ଟିମ୍କୁ ନ୍ୟୁଜଲାଣ୍ଡ ବିପକ୍ଷରେ ନିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବା ପୂର୍ବରୁ ଲାଗିଛି ବଡ ଝଟ୍କା । ପ୍ରଥମ ମ୍ୟାଚ୍ ବୁଧବାର ୧୮ ଜାନୁଆରୀରେ ହାଇଦ୍ରାବାଦ୍ ରେ ହେବାକୁ ଥିବାବେଳେ ଦିନକ ପୂର୍ବରୁ ଆହତ ହୋଇଛନ୍ତି ବ୍ୟାଟର ଶ୍ରେୟସ ଆୟର । ଏନେଇ ସେ ଦଳରୁ ବାଦ୍ ପଡିଛନ୍ତି । ବର୍ତ୍ତମାନ ଆୟରଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯିବ ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ଈଉଉଓ)ର ସୂଚନା ଅନୁଯାୟୀ , ଶ୍ରେୟସଙ୍କ ପିଠିରେ ଆଘାତ୍ ଲାଗିଥିବା କାରଣରୁ ତାଙ୍କୁ ଖେଳରୁ ବାହର କରାଯାଇ ବେଙ୍ଗାଳୁରର ନ୍ୟସନାଲ କ୍ରିକେଟ୍ ଏକାଡେମୀକୁ ପଠାଯାଇଛି ।
ନ୍ୟୁଜଲାଣ୍ଡ ବିପକ୍ଷରେ ଭାରତୀୟ ଦିନିକିଆ ଟିମ୍ – ରୋହିତ ଶର୍ମା (କ୍ୟାପଟେନ୍),ଶୁବମନ ଗିଲ୍ , ଇଶାନ କିଶନ ,ବିରାଟ କୋହଲି,ସୂର୍ଯ୍ୟକୁମାର ୟାଦବ,କେଏସ୍ ଭରତ,ହାର୍ଦିକ ପାଣ୍ଡ୍ୟା,ରଜତ ପାଟିଦାର,ୱାଶିଙ୍ଗଟୋନ୍ ସୁନ୍ଦର,ଶାହବାଜ୍ ଅହମଦ୍,ଶାର୍ଦୁଲ ଠାକୁର,ୟୁଜବେନ୍ଦ୍ର ପହେଲ,କୁଲଦ୍ୱୀପ ୟାଦବ୍ ,ମୋ ଶର୍ମା ,ମୋ ସିରାଜ୍ ଏବଂ ଉମରାନ୍ ମଲ୍ଲିକ୍ ।
ଶ୍ରେୟସ ଦଳରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସୁଯୋଗ ମିଳିଛି । ଟପ୍ ଅର୍ଡର ବ୍ୟାଟର ରଜତ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ୨୯ ବର୍ଷୀୟ ରଜତ ମଧ୍ୟପ୍ରଦେଶ ତରଫରୁ ଖେଳୁଥିବା ବେଳେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଦଶତକ ହାସଲ କରିଛନ୍ତି ।ଏହି ପ୍ରଦର୍ଶନ ଆଧାରରେ ତାଙ୍କୁ ଦିନିକିଆ ଦଳ ପାଇଁ ସୁଯୋଗ ମିଳିଛି ।