ସୁସ୍ଥ ହୋଇ ଘରକୁ ଫେରିଲେ ଶ୍ରେୟସ୍ ତାଲପଡେ, ହୃଦଘାତର ହୋଇଥିଲେ ଶିକାର
1 min read
ମୁମ୍ଵାଇ : ବଲିଉଡ଼ ଅଭିନେତା ଶ୍ରେୟସ୍ ତାଲପଡେଙ୍କ ପ୍ରଶଂସକଙ୍କ ପାଇଁ ଆସିଲା ଖୁସି ଖବର । ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଅକ୍ଟୋବର ୧୪ ରେ ଶ୍ରେୟସ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬ ଦିନ ପରେ ଅଭିନେତା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୪ ଡିସେମ୍ବର ସନ୍ଧ୍ୟାରେ ଶ୍ରେୟସଙ୍କର ହୃଦଘାତ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଲା। ଶ୍ରେୟଶଙ୍କ ଦେହ ଖରାପ ହେବାପରେ ତାଙ୍କ ସ୍ତ୍ରୀ ଭାଙ୍ଗିପଡିଥିଲେ । ସେ ସୁସ୍ଥ ହେବ ପରେ ତାଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆ ଜରିଆରେ ସବୁ ଫ୍ୟାନ୍ସ ଙ୍କୁ ଖୁସି ଖବର ଦେଇଥିଲେ ।
ଅଭିନେତାଙ୍କ ପତ୍ନୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ, ମୋ ଜୀବନ, ମୋର ଶ୍ରେୟସ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରିବାକୁ ମୁଁ ସବୁବେଳେ ଶ୍ରେୟାସଙ୍କ ସହ ଯୁକ୍ତି କରୁଥିଲି, କାହା ଉପରେ ବିଶ୍ଵାସ କରିବି… କିନ୍ତୁ ଆଜି ମୋର ପ୍ରଶ୍ନର ଉତ୍ତର ପାଇଛି ଏବଂ ସେ ହେଉଛନ୍ତି ଭଗବାନ । ଯେତେବେଳେ ଏହି ଭୟଙ୍କର ଘଟଣା ଘଟିଲା ସେତେବେଳେ ସେ ମୋ ସହିତ ଥିଲେ । ମୁଁ ତାଙ୍କ ଅସ୍ତିତ୍ୱ ଉପରେ କେବେବି ପ୍ରଶ୍ନ କରିବି ନାହିଁ ସେ ଅଛନ୍ତି କି ନାହିଁ । ସେହି ସନ୍ଧ୍ୟାରେ ମୋତେ ସାହାଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଜଣେ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମାଗିଲି ଏବଂ ୧୦ ହାତ ସାହାଯ୍ୟ କରିବାକୁ ଆସି ଯାଇଥିଲେ । ମୁଁ ମୋର ହୃଦୟରୁ ଆପଣଙ୍କୁ ଏବଂ ହସ୍ପିଟାଲର ଦଳକୁ ଧନ୍ୟବାଦ ଦେବି । ଯିଏ ତୁରନ୍ତ ପଦକ୍ଷେପ ନେଇ ମୋ ସ୍ୱାମୀଙ୍କୁ ରକ୍ଷା କରିଥିଲେ। ଏହା ହେଉଛି ଏହି ମହାନ ସହର ମୁମ୍ବାଇର ଆତ୍ମା ।ଅଭିନେତାଙ୍କ ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୋ ସହିତ ପ୍ରାର୍ଥନା କରିଥିବା ଅନେକ ଲୋକଙ୍କୁ, ତୁମର ପ୍ରେମ, ପ୍ରାର୍ଥନା ଏବଂ ଆଶୀର୍ବାଦ ଆମକୁ ଏହି କଷ୍ଟଦାୟକ ସମୟରୁ ବାହାର କରିଛି …ଧନ୍ୟବାଦ।