Pratidin TV

Odisha's Digital News Platform

ଶ୍ରେୟସ ତଲପଡେ : ମୋ ହୃଦଘାତର କାରଣ କରୋନା ଟୀକା..

1 min read

ବଲିଉଡ ଅଭିନେତା ଶ୍ରେୟସ ତଲପଡେ ହୃଦଘାତ ର ଶିକାର ହୋଇ ଜୀବନ ମରଣ ସଂଘର୍ଷ କରୁଥିଲେ । ଡିସେମ୍ବର ୧୪ ୨୦୨୩ ରେ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ସେଠାରେ ଡାକ୍ତର ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ । ବର୍ତ୍ତମାନ ଅଭିନେତା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଏକ ସାକ୍ଷାତକାରରେ ଶ୍ରେୟାସ ତଲପଡେ ନିଜ ହୃଦଘାତ ପାଇଁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରିଛନ୍ତି । ସାକ୍ଷାତକାର ସମୟରେ ତଲପଡେ କହିଛନ୍ତି, ମୋର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ଆଦୌ ଧୂମପାନ କରେନାହିଁ । ନିୟମିତ ଭାବେ ମଦ୍ୟପାନ ବି କରେନି, କେତେବେଳେ କେମିତ ମାସରେ ଥରେ ଡ୍ରିଙ୍କ୍ କରେ । ତମାଖୁ ସେବନ ଅଭ୍ୟାସ ମଧ୍ୟ ମୋର ନାହିଁ । ଅବଶ୍ୟ ମୋର ଉଚ୍ଚ କୋଲେଷ୍ଟ୍ରଲ ଥିଲା, କିନ୍ତୁ ସେହି ସମୟରେ ନର୍ମାଲ ଥିଲା ।

ମଧୁମେହ, ରକ୍ତଚାପ ଏସବୁ ମଧ୍ୟ ନଥିଲା, ତଥାପି ମୋତେ କାହିଁକି ହୃଦଘାତ ଆସିଥିଲା, ଏହାର କାରଣ କଣ ହୋଇପାରେ ବୋଲି ତଲପଡେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, “ଫିଟ୍ ରହିବା ପାଇଁ ମୁଁ ବ୍ୟାୟାମ କରେ । ସ୍ୱାସ୍ଥ୍ୟକର ଖାଦ୍ୟ ଖାଏ । ଏସବୁ ପରେ ବି ହୃଦଘାତ ହେବା ମୋତେ ଆଶ୍ଚର୍ଯ୍ୟ କରିଥିଲା । କାରଣ କ’ଣ ବୋଲି ମୁଁ ଜାଣିପାରିନଥିଲି । ହେଲେ ଏବେ କରୋନା ଟୀକାକୁ ନେଇ ଯେଉଁ ସବୁ ତଥ୍ୟ ଆସୁଛି, ତାହା ମୋତେ ଚିନ୍ତିତ କରିଛି । କରୋନା ଟୀକା ମୋ ହୃଦଘାତର କାରଣ ମଧ୍ୟ ହୋଇପାରେ । ଟୀକା ଆକାରରେ ଆମ ଶରୀରକୁ କ’ଣ ଯାଇଛି, ତାହା ଆମେ ଜାଣିନୁ ।

Advertisement

ଦେଖିବାକୁ ଗଲେ କରୋନ ପରଠୁ ମୁଁ ଅଧିକ କ୍ଲାନ୍ତ ଅନୁଭବ କରିବା ଆରମ୍ଭ କରିଥିଲି । ମୋ ହୃଦଘାତ ପାଇଁ କରୋନା ଏହାର ଟୀକା ଦାୟୀ, ତାହା ମୁଁ ଜାଣେ ନାହିଁ ।” ତେବେ କୋଭିଡ ପରେ ହୃଦଘାତ ମାମଲା ବଢିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହାର ମୁଖ୍ୟ କାରଣ ଭାବେ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ଦାୟୀ କରାଯାଉଛି । ନିକଟରେ ବ୍ରିଟେନର ଏକ କୋର୍ଟରେ ମଧ୍ୟ କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସ୍ୱୀକାର କରିଛି ଯେ, ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି । ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଏବଂ ପ୍ଲେଟଲେଟ୍ ହ୍ରାସ ପାଇପାରେ ବୋଲି କମ୍ପାନୀ କହିଛି, ଯାହା ହାର୍ଟଆର୍ଟାକ୍ ଏବଂ ବ୍ରେନ୍ ଷ୍ଟ୍ରୋକ୍ ଭଳି ଜଟିଳ ସମସ୍ୟା ପାଇଁ ଦାୟୀ ।

Leave a Reply

Your email address will not be published. Required fields are marked *