Pratidin TV

Odisha's Digital News Platform

ନୟାଗଡରେ ନୂଆ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଲେ ଶ୍ରମତୀ ସ୍ବଧl ଦେବୀ ସିଂ..

1 min read

ନୟାଗଡ: ନୟାଗଡ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀମତୀ ସ୍ବଧl ଦେବୀ ସିଂ l ଗତ ବୁଧବାର ଦିନ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଏହାପରେ ତାଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନେତା, ବୁଦ୍ଧିଜୀବୀ, ସ୍ଵେଛାସେବୀ ସଂଗଠନ ଓ ସାମ୍ବାଦିକ ଙ୍କ ପକ୍ଷରୁ ଛୁଟିଛି ସ୍ୱାଗତ ସମ୍ବର୍ଦ୍ଧନାର ସୁଅ l ଶ୍ରମତୀ ସିଂ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଵା ସହ ପ୍ରଥମେ ନୟାଗଡ ମୁଖ୍ୟ ଚିକତ୍ସାଳୟ ଗସ୍ତ କରି ସେଠାରେ ବୁଲି ମାତୃ ଓ ଶିଶୁ ବିଭାଗ ପରିଦର୍ଶନ କରି ରୋଗୀଙ୍କ ଭଲମନ୍ଦ ବୁଝିବା ସହ ମେଡ଼ିସିନ ୱାର୍ଡ ବୁଲି ଦେଖିଥିଲେ l ପରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଡାକ୍ତରଖାନା ସମର୍କ ରେ ଆଲୋଚନା କରିଥିଲେ l

ମଙ୍ଗଳବାର ଦିନ ଜିଲ୍ଲାପାଳ ଶ୍ରୀମତୀ ସିଂ କଣ୍ଟିଲୋ ନୀଳମାଧଵ ଦର୍ଶନ କରିବା ସହ ୫ଟି କାର୍ଯ୍ୟ ବୁଲି ମଧ୍ୟ ଦେଖିଥିଲେ l ସେ ନୀଳମାଧଵଙ୍କ ଦର୍ଶନ କରିବା ସହ ମନ୍ଦିର ଚତୁର୍ପାଶ୍ୱ ବୁଲି ଦେଖିଥିଲେ l ଏଥିସହ ସେବାୟତମାନଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ବିଷୟ ବୁଝି ପଚାରିଥିଲେ l ନୀଳମାଧଵଙ୍କ ପୀଠରେ ଚାଲିଥିବା ୫ଟି କାର୍ଯ୍ୟର ସମୀକ୍ଷା କରିବା ସହ ୫ତି କାର୍ଯ୍ୟ କିଭଳି ଭାବେ ଉଚ୍ଚ କୋଟିର ହବ ସେ ନେଇ ଆଲୋଚନା ମଧ୍ୟ କରିଥିଲେ l କଣ୍ଟିଲୋ ପ୍ରଭୁ ଶ୍ରୀ ନୀଳମାଧଵ ଙ୍କ ସୌନ୍ଦର୍ଜିକରଣ ପାଇଁ ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟ କୁ ବୁଲି ଦେଖି ଵା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ଜିଲ୍ଲାପାଳଙ୍କ ଏଭଳି ସରକାରଙ୍କ ସମସ୍ତ ବିକାଶ ମୂଳକ କାମକୁ ପରିଦର୍ଶନ କରିବା ସହ ଆଲୋଚନ କରିବା କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରୁ ଛୁଟିଛି ପ୍ରସଂଶାର ସୁଅ |

Advertisement

Leave a Reply

Your email address will not be published. Required fields are marked *