Pratidin TV

Odisha's Digital News Platform

ଭଲ ପାଠ ପଢୁଥିଲେ ଶୁଭଲକ୍ଷ୍ମୀ ; ଅଙ୍କଲଙ୍କ ପାଇଁ ବାରଗାଲ ବନିଲା ତାପରେ ରଙ୍ଗ ବଦଳିଲା !

1 min read

ଭୁବନେଶ୍ୱର : କମଳା ନେହେରୁ ମହାବିଦ୍ୟାଳୟ ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢୁଛି ରହସ୍ୟ । ଅନିଲ -ଅଙ୍କଲ(ରାଜେନ୍ଦ୍ର ପାଢି) ଓ ସଞ୍ଜୟଙ୍କ ସମୃକ୍ତ ନେଇ ବଢୁଛି ସନ୍ଦେହ । ତେବେ ସମୃକ୍ତ ମାମଲାରୁ ପରଦା ଉଠାଇବା ପାଇଁ ଆମ ପ୍ରତିଦିନ ରିପୋର୍ଟର ଶୁଭଲକ୍ଷ୍ମୀ ପଢୁଥିବା କମଳା ନେହେରୁ କଲେଜ ଏବଂ ଦେଢ ବର୍ଷ ପପ୍ୟନ୍ତ ରହୁଥିବା ଅଙ୍କଲ ଓ ଆଣ୍ଟିଙ୍କ ସହ କଥା ହୋଇଥିଲେ ।

ଶୁଭଲକ୍ଷ୍ମୀ ଜଣେ ମେଧାବୀ ଛାତ୍ରୀ ଥିବା କହିଛନ୍ତି କଲେଜ ଆଡମିନ ଇନଚାର୍ଜ ଡଃ ରମାକାନ୍ତ ମହାପାତ୍ର । ତେବେ ଭଲ ପାଠ ପଢୁଥିବା ଶୁଭଲକ୍ଷ୍ମୀ ବାର ଭଳି ବଦନାମ ଜାଗାକୁ କାହିଁକି ବାଛିଥିଲେ ? ନାଁ ଏଥିପାଇଁ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇଥିଲା ? ତେବେ ଘରୁ ପାଠ ପଢି ଭଲ ଚାକିରୀ କରିବା ସ୍ୱପ୍ନରେ ଆସିଥିଲେ ଶୁଭଲକ୍ଷ୍ମୀ କିନ୍ତୁ ଗରିବୀ ଭାଙ୍ଗିଦେଇଥିଲା ତାଙ୍କ ସବୁ ସ୍ୱପ୍ନକୁ । ଆଉ ଶେଷରେ ବାଧ୍ୟ ହୋଇ ଅଙ୍କଲଙ୍କୁ କହିଥିଲେ ପାର୍ଟ ଟାଇମ୍ କାମ ବୁଝିବା ପାଇଁ । ଆଉ ଜଣେ ୧୭ ବର୍ଷ ଝିଅ ପାଇଁ ରାଜଧାନୀ ବାରରେ ଡ୍ୟାନସର କାମ ବୁଝିଥିବା କଥା ନିଜେ ସ୍ୱୀକାର କରିଛନ୍ତି ଅଙ୍କଲ ରାଜେନ୍ଦ୍ର । ଶୁଭଲକ୍ଷ୍ମୀଙ୍କୁ ବାରକୁ ନିଜେ ନେଇ ଯାଉଥିଲେ ରାଜେନ୍ଦ୍ର । ଏବଂ ଏସବୁ ଭିତରେ ସଞ୍ଜୟଙ୍କ ସହ ବାରରେ ଦେଖାହୋଇଥିଲା ଶୁଭଲକ୍ଷ୍ମୀଙ୍କର । ବଢିଥିଲା ଉଭୟଙ୍କ ମଧ୍ୟରେ ସର୍ମ୍ପକ । ଯାହା ପରବର୍ତ୍ତି ସମୟରେ ପ୍ରେମରେ ପରିଣତ ହୋଇଥିଲା ସବୁ ଠିକ ଠାକ ଚାଲିଥିବା ଭିତରେ ଓଭୟଙ୍କ ମଝିରେ ଫାଟକ ସୃଷ୍ଟିଟି କରିଥିଲା ଅନିଲ । ଏବଂ ମୃତ୍ୟୁର ୨୦ ଦିନ ପୂର୍ବରୁ ଅଲଗା ହୋଇଯାଇଥିଲେ ସଞ୍ଜୟ ଆଉ ଶୁଭଲକ୍ଷ୍ମୀ।

Advertisement

ଅନ୍ୟପଟେ ଶୁଭଲକ୍ଷ୍ମୀର ମୃତ୍ୟୁପରେ ପ୍ରେମିକ ସଞ୍ଜୟ ସହ ୧୦ ଜଣଙ୍କୁ ଜେରା କରିଛି ପୋଲିସ । ଆଉ ସଞ୍ଜୟ ଫୋନରୁ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ପାଇଛି ପୋଲିସ । ଯେଉଁଥିରେ ଶୁଭଲକ୍ଷ୍ମୀ ଓ ତାଙ୍କ ଅଙ୍କଲ ରାଜେନ୍ଦ୍ରଙ୍କ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ମିଳିଛି । ତେବେ ରାଜେନ୍ଦ୍ରଙ୍କ ସହ କିଭଳି ସର୍ମ୍ପକ ଥିଲା ଶୁଭଲକ୍ଷ୍ମୀଙ୍କର ? ଆଉ କେତେ ଦିନରୁ ?ସମୃକ୍ତ ମାମଲା ଦିନକୁ ଦିନ ଅଧିକ ରହସ୍ୟ ଘେରରେ ଫସି ଫସି ଯାଉଛି । ପ୍ରକୃତରେ କିଏ ଥିଲା ଶୁଭଲକ୍ଷ୍ମୀର ବୟଫ୍ରେଣ୍ଡ ?
କଣ ପୋଲିସ ହାତରେ ବାଜିଥିବା ଅଙ୍କଲ ରାଜେନ୍ଦ୍ର ଓ ଶୁଭଲକ୍ଷ୍ମୀର ଭିଡିଓ ସତ ?

Leave a Reply

Your email address will not be published. Required fields are marked *