Pratidin TV

Odisha's Digital News Platform

ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ; ମୃତ୍ୟୁ ପୂର୍ବରୁ ନିଶାରେ ଥିଲେ , କିଏ ଓ କାହିଁକି ଦେଇଥିଲା ନିଶା ….

1 min read

ଭୁବନେଶ୍ୱର : ଶୁଭଲକ୍ଷ୍ମୀ ସୁଇସାଇଡ଼ ସସପେନ୍ସ ଉପରୁ ହଟିଲା ବଡ ପରଦା । ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟ ନମୁନା । ଅଧିକ ଯାଞ୍ଚ ପାଇଁ ଯିବ ଫରେନ୍ସିକ ଲ୍ୟାବ୍ ।

ତେବେ ଗତ ଶନିବାର ଭୁବନେଶ୍ୱର ଦୀପାଳି ହୋଟେଲରୁ ରମାଦେବୀ ପ୍ରଥମ ବର୍ଷର ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାର ତଦନ୍ତ ଚାଲୁଥିବା ବେଳେ ଆଜି ଶବବ୍ୟବଚ୍ଛେଦ ରିପୋର୍ଟ ପୋଲିସ ହାତରେ ଲାଗିଛି । ମୃତ୍ୟୁର ୪ ରୁ ୬ ଘଣ୍ଟା ପୂର୍ବରୁ ନିଶା ସେବନ କରିଥିବା କରିଥିବା ଜଣାପଡ଼ିଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ଦେହରୁ ମିଳିଥିବା ନିଶାଜାତୀୟ ଦ୍ରବ୍ୟ ପ୍ରକୃତରେ କଣ ତାହା ସ୍ପଷ୍ଟ ହୋଇନାହିଁ । ତାହା ନିଶା କିମ୍ବା ଶୁଭଲକ୍ଷ୍ମୀଙ୍କୁ ବିଷ ଦିଆଯାଇଥିଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଏସଏଫଏସଏଲକୁ ଭିସେରା ଓ ପୋଷ୍ଟମର୍ଟମ ରିପୋର୍ଟ ପଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହାସହ ପରିବାର ସଦସ୍ୟ ଓ ବୟଫ୍ରେଣ୍ଡଙ୍କୁ ମିଶାଇ ୧୨ ଜଣଙ୍କୁ ଜେରା କରିଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *