Pratidin TV

Odisha's Digital News Platform

ଶୁଭଲକ୍ଷ୍ମୀ ସୁଇସାଇଡ଼ ସସପେନ୍ସ ; ଡିସିପିଙ୍କୁ ମହିଳା କମିଶନରଙ୍କ କଡା ଚେତାବନି , ନିଜ ଆଡୁ କଲେ ମମାଲା ରୁଜ୍ଜୁ …

ଭୁବନେଶ୍ୱର : ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସନ୍ଦେହ । ଦିନକୁ ଦିନ ଆହୁରୀ ରହସ୍ୟମୟ ହେଉଛି ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ । ତେବେ ଏହି ମାମଲାକୁ ନଜରରେ ରଖି ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଘଟଣାକୁ ଗୁରୁତର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ କମିଶନରେଟ ପୋଲିସ କୁ ନିର୍ଦ୍ଦେଶ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ସେପଟେ ୧୫ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ସମୃକ୍ତ ମାମଲାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ବୟାନ ରେକର୍ଡ ସରିଛି । ଏନେଇ ଖୁବଶୀଘ୍ର ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଲାଗିପାରେ ସନ୍ଧିଗ୍ଧ ବ୍ୟାକ୍ତି ଉପରେ । ସେହିପରି ପୋଷ୍ଟମର୍ଟମ ରିପୋର୍ଟ ଓ ଉଊଜ ମୁତାବକ ତଦନ୍ତ ଚାଲିଛି । ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି ।

ତେବେ ଏସବୁ ଭିତରେ ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡ ଓ ସେ ରହୁଥିବା ଅଙ୍କଲଙ୍କୁ ସନ୍ଦେହ ଘେରରକୁ ଆଣିଛି । ଶୁଣିବାକୁ ମିଳିଛି ଯେ ଶୁଭଲକ୍ଷ୍ମୀକୁ କିଛି ଏମଏମଏସ୍ ନେଇ ବ୍ଲାକମେଲ କରୁଥିଲେ । ଯାହା ଦ୍ୱାରା ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
ଦୀପାଲି ବାର ରେ ବାର ଡ୍ୟାନ୍ସର ଭାବେ କାମ କରୁଥିଲେ ଶୁଭଲକ୍ଷ୍ମୀ । ଗତ ଶନିବାର ଦୀପାଲି ହୋଟେଲ ରୁମ ନମ୍ବର ୨୦୫ ରେ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।

Leave a Reply

Your email address will not be published. Required fields are marked *