Pratidin TV

Odisha's Digital News Platform

ଅଧିନାୟକ ହୋଇ ପ୍ରଥମ ସିରିଜ୍ ଜିତିଲେ , ବାପା ମା’ଙ୍କ ହାତରେ ଟ୍ରଫି ଧରାଇଦେଲେ ଶୁବମନ୍ ଗିଲ୍‌

1 min read

ରେକର୍ଡ ପରେ ରେକର୍ଡ ବର୍ଷା ଜରୁଛି ଭାରତୀୟ କ୍ରିକେଟ୍ ଟିମ୍ । ପ୍ରଥମେ ଆମେରିକାରେ ଟି-୨୦ ବିଶ୍ୱକପ୍ ଆଉ ଏବେ ଜିମ୍ବାୱେରେ ୫ ଟି-୨୦ ସିରିଜକୁ ଜିତି ବିଜୟ ଗାଥା ଲେଖିଛି ଦଳ । ଯୁବ କ୍ରିକେଟର ଶୁବମନ୍ ଗିଲଙ୍କ ଅଧିନାୟକତ୍ୱରେ ଦଳ ଏଭଳି ଦମଦାର ପ୍ରଦର୍ଶନ ଦେଖି ପ୍ରଶଂସକମାନେ ଭୁରି ଭୁରି ଟିମ୍ ଇଣ୍ଡିଆର ପ୍ରଶଂସା କରୁଛନ୍ତି । ଆଉ ଯୁବ କ୍ରିକେଟର ତଥା ଅଧିନାୟକ ଗିଲଙ୍କ ପାଇଂ ଏହା ଏକ ଐତିହାସିକ ମୁହୁର୍ତ୍ତ ପାଲଟି ଯାଇଥିଲା । ଯାହାର ଖୁସି ଶୁବମନ୍ ନିଜ ଶବ୍ଧରେ ବର୍ଣ୍ଣନା କରିପାରିନଥିଲେ । ସେ ନିଜ ପରିବାର ହାତରେ ନିଜ ଶ୍ରେୟ ବା ଟ୍ରଫି ଦେଇ ନିଜ ଖୁସି ବ୍ୟକ୍ତ କରିଥିଲେ । ଆଉ ଶୁବମନଙ୍କ ଏପରି କାମକୁ ଦେଖି ତାଙ୍କ ଫ୍ୟାନ୍ସ ଫଲୋଇଙ୍ଗ୍ ଖୁବ୍ ଜୋରରେ ମଧ୍ୟ ବଢିବାରେ ଲାଗିଛି ।

ଭାରତ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୬ ଓି୍ୱକେଟ୍ ହରାଇ ୧୭୬ ରନ୍ କରିଥିଲା । ଯାହାର ଜବାବରେ ଜିମ୍ବାୱେ ୧୨୫ ରନ କରି ଅଲଆଉଟ୍ ହୋଇଥିଲା । ଟିମ୍‌ର ନେତୃତ୍ୱ ନେଇ ଗିଲ ପ୍ରଥମ ସିରିଜ୍ ଜିତିଛନ୍ତି ।

Advertisement

ସେହିଭଳି ଶେଷ ଟି-୨୦ ମ୍ୟାଚରେ ସଞ୍ଜୁ –ସାମସନଙ୍କ ବ୍ୟାଟିଂକୁ ସମସ୍ତେ ପ୍ର୍ରଶଂସା କରୁଛନ୍ତି । ସେ ୪୫ ବଲରେ ୫୮ ରନ୍ ଇନିଂସ ଖେଳିଥିଲେ । ଶିବମଦୁହେ ୧୨ ବଲରେ ୨୬ ରନ୍ ସେହିଭଳି ରିୟାନ ପରାଗ ୨୪ ବଲରେ ୨୨ ରନ୍ କରିଥିଲେ ।

Leave a Reply

Your email address will not be published. Required fields are marked *