Pratidin TV

Odisha's Digital News Platform

ଡାକ୍ତରଖାନରୁ ଫେରିଲେ କିନ୍ତୁ ମୈଦାନକୁ ଯିବା ଏବେ ବି ଶୁବମନଙ୍କ ପାଇଁ ଅସମ୍ଭବ..

1 min read

ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆସିଲା ବଡ ଅପଡେଟ୍ । ତାଙ୍କୁ ଡେଙ୍ଗୁ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଭାରତୀୟ ଓପନର୍ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ପୂର୍ବରୁ ଗିଲଙ୍କ ପ୍ଲେଟଲେଟ୍ ଖସିଯିବା କାରଣରୁ ଚେନ୍ନାଇର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ବର୍ତ୍ତମାନ ବିଶେଷସୂତ୍ରରୁ ଜଣାପଡିଛି ଯେ ସେ ଡିସଚାର୍ଜ ହେବା ପରେ ହୋଟେଲକୁ ଫେରିଛନ୍ତି । ବିଶ୍ୱକପ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଶୁବମାନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ସେ ମ୍ୟାଚ ଠାରୁ ଦୂରରେ ଅଛନ୍ତି । ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଇଥିବା ବେଳେ ତାଙ୍କୁ ଡେଙ୍ଗୁ ହୋଇଥିଲା ଫଳରେ ସେ ମ୍ୟାଚ ଖେଳି ପାରି ନଥିଲେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ସୁଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି କିନ୍ତୁ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ ରହିଛି । ଡେଙ୍ଗୁରେ ପୀଡିତ ଶୁବମନ ଗିଲଙ୍କ ପ୍ଲେଟଲେଟ୍ ଯୋଗୁଁ ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାହା ପରେ ତାଙ୍କୁ କିଛି ଘଣ୍ଟା ମଧ୍ୟରେ ଡିସଚାର୍ଜ କରାଯାଇଥିଲା । ଡିସଚାର୍ଜ ହେବା ପରେ ସେ ହୋଟେଲକୁ ଫେରିଛନ୍ତି । ଏବଂତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସୁଛି । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ ସେ ଦଳକୁ ଫେରିବେ ନାହିଁ ।

Advertisement

Leave a Reply

Your email address will not be published. Required fields are marked *