ଟିମ ଇଣ୍ଡିଆର ବଢିଲା ଚିନ୍ତା, ହସ୍ପିଟାଲରେ ଭର୍ତ୍ତି ହେଲେ ଶୁବମନ ଗିଲ୍
1 min readଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର । ଦିନିକିଆ ବିଶ୍ୱକପ ମ୍ୟାଚ ଚାଲିଥିବା ବେଳେ ଭାରତୀୟ କ୍ରିକେଟରଙ୍କ ସହ ଫ୍ୟାନ୍ସଙ୍କୁ ମିଳିଲା ଏକ ବଡ ଝଟକା । ଆଉ ଏହି ଝଟକାର କାରଣ ହେଉଛି ଶୁବମନ ଗିଲଙ୍କ ସ୍ୱାସ୍ଥ୍ୟ । ବିଶ୍ୱକପ ଆରମ୍ଭହେବା ପୂର୍ବ ଦିନ ଗିଲଙ୍କ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ଏଥିପାଇଁରେ ପ୍ରଥମ ମ୍ୟାଚରୁ ବାଦ ପଡିଥିଲେ । ହେଲେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗଡି ଯାଇଛି । ଯାହାଫଳରେ ଭାରତୀୟ ଓପନରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହଠାତ୍ ପ୍ଲେଟଲେଟ୍ ହ୍ରାସ ହେବା ହେତୁ ଗିଲ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଚେନ୍ନାଇରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ବିଶ୍ୱକପରୁ ତାଙ୍କୁ ବାଦ ଦିଆଯିବାର ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ ମ୍ୟାଚ ପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ ପଡିଛନ୍ତି । ଆଗକୁ ଶନିବାର ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ନ ଖେଳି ପାରନ୍ତି । ଗିଲଙ୍କ ସ୍ଥାନରେ ଈଶାନ କିସନ ରୋହିତ ଶର୍ମାଙ୍କ ସହିତ ଓପିନିଂ କରିବେ ।ସୂଚନା ମୁତାବକ, ବିଶ୍ୱକପ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଶୁବମାନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ସେ ଟିମ୍ ଇଣ୍ଡିଆଠାରୁ ଦୂରରେ ଅଛନ୍ତି । ସେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ଖେଳି ନାହାଁନ୍ତି ।
ସେ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏବଂ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ଖେଳିବାର ସମ୍ଭାବନା କମ୍ ରହିଛି । ଡେଙ୍ଗୁରେ ପୀଡିତ ଶୁବମନ ଗିଲଙ୍କ ପ୍ଲେଟଲେଟ୍ ଯୋଗୁଁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ପାଇଁ ଦିଲ୍ଲୀ ଆସିଥିଲା । କିନ୍ତୁ, ସ୍ୱାସ୍ଥ୍ୟ ଖରାପ ହେତୁ ଗିଲଙ୍କୁ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଚେନ୍ନାଇରେ ରହିବାକୁ ପଡିଲା ।