ଇଣ୍ଡିଆ ବନାମ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ; ଶତକ ମାରି ଗାୟବ ହେଲେ ଗିଲ୍ , ପରବର୍ତ୍ତୀ ମ୍ୟାଚ୍ରେ କାହିଁକି ଆସିଲେନି ଫିଲ୍ଡକୁ ?
1 min readନୂଆଦିଲ୍ଲୀ ; ଗିଲଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖ ଖବର । ଅନ୍ୟପଟେ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା । ଦ୍ୱିତୀୟ ଇନିଂସରେ ଶୁଭମାନ ଗିଲ ଏକ ଶତକ ହାସଲ କରିଥିଲେ, ଯେଉଁଥିପାଇଁ ଭାରତୀୟ ଦଳ ଇଂଲଣ୍ଡ ପାଇଁ ୩୯୯ ରନ୍ର ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ, ଯେତେବେଳେ ଏହି ସ୍କୋରକୁ ରକ୍ଷା କରିବା ପାଇଁ ଚତୁର୍ଥ ଦିନ ଟିମ୍ ଇଣ୍ଡିଆ ପଡ଼ିଆକୁ ଆସିଥିଲା, ସେତେବେଳେ ସମସ୍ତ ଖେଳାଳିଙ୍କ ମଧ୍ୟରେ ଶୁଭମାନ ଗିଲଙ୍କୁ ଦେଖିବାକୁ ମିଳି ନଥିଲା। ଏଥିରୁ ଜଣାପଡିଛି ଯେ ସେ ଆହତ ହୋଇଥିଲେ, ଯେଉଁଥିପାଇଁ ସେ ଫିଲ୍ଡରେ ନଜର ଆସିନଥିଲେ ।
ଏବେ ପ୍ରଶ୍ନ ହେଉଛି ଶୁଭମାନ ଗିଲ କେବେ ଆହତ ହୋଇଥିଲେ? ସେ କେବେ ଆହତ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ପଡ଼ିଆକୁ ଆସିବା କଷ୍ଟକର ହୋଇପଡିଥିଲା? ତେବେ ଆମେ ଆପଣଙ୍କୁ କହିବୁ ଯେ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଦିନରେ ଫିଲ୍ଡିଂ କରୁଥିବା ବେଳେ ଶୁବମନ ଗିଲ ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଛି । ଯେଉଁଥିପାଇଁ ସେ ଆଜି ଫିଲ୍ଡିଂ କରିନାହାନ୍ତି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫ୍ୟାନ୍ସମାନେ ମଧ୍ୟ ଆଜି ଗିଲ୍ ଙ୍କୁ ଫିଲ୍ଡ ରେ ନଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ।
ଶୁଭମାନ ଗିଲଙ୍କ ସ୍ଥାନରେ ପଡ଼ିଆରେ ସରଫରାଜ ଖାନ ।
ବର୍ତ୍ତମାନ ପ୍ରଶ୍ନ ହେଉଛି, ଯଦି ଶୁବମାନ ଗିଲ ନୁହଁନ୍ତି ତେବେ କିଏ? ଅର୍ଥ, ଯଦି ସେ ପଡ଼ିଆକୁ ଆସି ନାହାଁନ୍ତି, ତେବେ କିଏ ତାଙ୍କ ସ୍ଥାନ ନେଇଛି? ତେଣୁ ଏହି ପ୍ରଶ୍ନର ଉତ୍ତର ହେଉଛି ସରଫରାଜ ଖାନ । ଯେତେବେଳେ ବିଶାଖାପାଟନମ୍ ଟେଷ୍ଟର ଚତୁର୍ଥ ଦିନରେ ୩୯୯ ରନ୍ ଟାର୍ଗେଟ୍ କରିବାକୁ ଟିମ୍ ଇଣ୍ଡିଆ ପଡ଼ିଆକୁ ଆସିଥିଲା, ସେତେବେଳେ ସରଫରାଜ ଖାନ୍ ଗିଲଙ୍କ ସ୍ଥାନରେ ଆସିଥିଲେ।
ଗିଲଙ୍କ ଆଘାତ କେତେ ଗମ୍ଭୀର?
ବର୍ତ୍ତମାନ ଆଶା ହେଉଛି ଗିଲଙ୍କ ଆଘାତ ଅତ୍ୟଧିକ ଗମ୍ଭୀର ନୁହେଁ। ଯାହାଫଳରେ ସେ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ ଉପଲବ୍ଧ ହୋଇପାରିବେ। ତେବେ ବର୍ତ୍ତମାନ ଆଘାତର ଗମ୍ଭୀରତା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
କ୍ରମାଗତ ଭାବେ ଖରାପ ଫର୍ମରେ ଥିବା ଶୁବମନ ଗିଲ ଦ୍ୱିିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି କମ୍ ବ୍ୟାକ କରିଥିଲେ । ଆହତ ହେବା ସତ୍ତ୍ବେ ମଧ୍ୟ ସେ ଧୂଆଁଧାର ବ୍ୟାଟିଂ କରି ଶତକ ହାସଲ କରିଥିଲେ । ବିପକ୍ଷ ଦଳର ବୋଲରଙ୍କ ପ୍ରତିଟି ବଲକୁ ବଡ଼ ବଡ଼ ସଟ ମାରିଥିଲେ ଗିଲ । ୧୪୭ ବଲରୁ ୧୦୪ ରନର ଚମତ୍କାର ପାଳି ଖେଳିଥିଲେ । ଏଥିରେ ୧୧ଟି ଚୌକା ଓ ୨ ଛକା ସାମିଲ ରହିଛି । ଗିଲ୍ ଏହି ଶତକ ହାସଲ କରି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ ।