Pratidin TV

Odisha's Digital News Platform

ସିରିଞ୍ଜ ସାହାଯ୍ୟରେ ବାଛୁରୀ ପେଟରୁ ବାହାରିଲା ଗ୍ୟାସ୍….

1 min read

ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ । ଶିଖରପୁର ରେ ଥିବା ଶିବସକ୍ତି ଗୋ-ସଂଘ ଦୁଇମାସ ତଳେ ଫାଟୁଆ ରୋଗରେ ଆକ୍ରାନ୍ତ ଥିବା ଗୋଟିଏ ୩-୪ ମାସର ବାଛୁରୀକୁ ଉଦ୍ଧାର କରି ଶିବସକ୍ତି ଗୋ-ସଂଘ ଆଶ୍ରମକୁ ଆଣିଥିଲେ । ପରେ ବାଛୁରୀଟି ଫାଟୁଆ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲା । କିନ୍ତୁ କିଛି ଦିନ ହେବ ବାଛୁରୀଟିର ବାରମ୍ବାର ପେଟ ଫୁଲି ଯାଉଥିଲା । ଗତକାଲି ବାଛୁରୀର ପେଟ ଏତେ ଫୁଲି ଯାଇଥିଲା କି ବାଛୁରୀଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏତିକି ବେଳେ ତା’ର ଚିକିତ୍ସା ସାଜିଥିଲା ବାଧକ । କାହିଁକି ନା ପ୍ରାଣୀ ଚିକିତ୍ସାଳୟରେ ଚାଲିଛି ଧର୍ମଘଟ । ତେବେ ଚିକିତ୍ସା ହୋଇ ପାରୁନଥିବା ଏହି ଛୋଟ ବାଛୁରୀକୁ ଶିବଶକ୍ତି ଗୋ-ସଂଘର ଯୁବକମାନେ ୧୬ ଏମଏମ ବିଶିଷ୍ଟ ମୋଟା ସିରିଞ୍ଜ ସାହାଯ୍ୟରେ ତା’ ପେଟରୁ ବାହାର କରିଥିଲେ ଗ୍ୟାସ୍ । ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡର୍ କୁ ଖୋଲିଦେଲେ ଯେଉଁଭଳି ଗ୍ୟାସ୍ ଲିକ୍ ର ସୁ…ସୁ ଶବ୍ଦ ହୁଏ ଠିକ୍ ସେହିପରି ବାଛୁରୀ ପେଟରୁ ସୁ…ସୁ ଶବ୍ଦ କରି ବାହାରୁଥିଲା ଗ୍ୟାସ୍ |ଏହି ବିଷୟରେ ଶିବଶକ୍ତି ଗୋ-ସଂଘର ସଦସ୍ୟ ମାନେ କହିଥିଲେ ।

Leave a Reply

Your email address will not be published. Required fields are marked *