ମୁହଁ ଖୋଲିଲେ ସିଦ୍ଧରମୈୟା, କହିଲେ ରାଜନୀତି ପାଇଁ ହେଉଛି ରାଜଭବନର ବ୍ୟବହାର ..
1 min readଆଇନ ଜାଲରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୟା । ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ରୁଜୁ ହୋଇଛି ମମଲା । ମାମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ଶନିବାର ଦିନ ଅପରାହ୍ନ ୩ଟାରେ ରାଜ ଭବନରେ ତାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା।
କର୍ଣ୍ଣାଟକରେ ଏକ ପ୍ରମୁଖ ରାଜନୈତକି ବିବାଦ ପାଲଟିଥିବା ‘ମୌସୁର ଅର୍ବାନ ଡେଭ୍ଲପମେଣ୍ଟ୍ ଅଥରିଟି (ଏମ୍ୟୁଡିଏ)’ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ସିଦ୍ଧରମୟା ଅଡୁଆରେ ଫଶିଛନ୍ତି। ବର୍ତ୍ତମାନ ଏହି ମାମଲାରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର ‘ରାଜ ଭବନ’ର ବ୍ୟବହାର କରୁଥିବା ସିଦ୍ଧରମୈୟା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାରକୁ ହଟାଇବା ପାଇଁ ଏହା ବିରୋଧୀଙ୍କ ଷଡଯନ୍ତ୍ର, କଂଗ୍ରେସ ତାଙ୍କ ସହ ଅଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ରାଜ୍ୟପାଳଙ୍କ ନିଷ୍ପତ୍ତି ସାମ୍ବିଧାନିକ ବିରୋଧୀ ବୋଲି ସିଦ୍ଧରମୈୟା କହିଛନ୍ତି ।