Pratidin TV

Odisha's Digital News Platform

ହଜାର ହଜାର ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଲେ ସିଦ୍ଧାନ୍ତ ମହାପାତ୍ର ..

1 min read

ଆଜି ନିର୍ବାଚନ ମହାଲଢେଇରେ ସାମିଲ ହେଲେ ଅଭିନେତା ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର । ବିଜେପି ତାଙ୍କୁ ଚଲିତ ନିର୍ବାଚନରେ ଦିଗପହଣ୍ଡିରୁ ଟିକେଟ ଦେଇ ବିଧାୟକ ପ୍ରାର୍ଥୀ କରିଛି । ଆଜି ସିଦ୍ଧାନ୍ତ ମହାପାତ୍ର ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ତେବେ ନାମାଙ୍କନ ଭରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଓଡ଼ିଶାର ସ୍ୱାଭିମାନକୁ ବଜାୟ ରଖିବି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଏଥିସହ ମୋଦି ଗ୍ୟାରେଣ୍ଟି ଓ କେନ୍ଦ୍ରର ସମସ୍ତ ଜନହିତକର କାର୍ଯ୍ୟକୁ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବି । ଆସନ୍ତା ନିର୍ବାଚନରେ ବିଚାରଧାରାର ଲଢେଇ ହେବ ଓ ଏଥିରେ ସମସ୍ତ ଜନସାଧାରଣଙ୍କ ମୁଖ୍ୟ ଭୂମିକା ରହିବା ଯୋଗୁଁ ବିଜୟ ସୁନିଶ୍ଚିତ ହେବ ବୋଲି ସେ ଆଶା ବିଶ୍ୱାସ ରଖିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *