Pratidin TV

Odisha's Digital News Platform

ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କୁ ଏନକାଉଣ୍ଟର କଲା ପୋଲିସ

1 min read

ନୂଆଦିଲ୍ଲୀ : ଆଜି ପଞାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା କରିଥିବା ଅଭିଯୁକ୍ତଙ୍କ ଏନକାଉଣ୍ଟର ହୋଇଥିବା ସୂଚନା ମିଳୁଛି ।ତେବେ ସିଦ୍ଧୁ ୁ ମୁସେୱାଲାଙ୍କ ହତ୍ୟାର ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଷ୍ଟିଙ୍ଗ ଅପରେସନ୍ ଚଳାଇଥିଲେ ପଞାବ ଓ ଦିଲ୍ଲୀପୋଲିସ । ପୋଲିସ ଆଜି ସୂଚନା ପାଇଥିଲା ଯେ ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଙ୍କ ସହ ସାମିଲ ଥିବା କିଛି ଅଭିଯୁକ୍ତ ଅଟାରୀ ବର୍ଡର ପାଖରୁ ୧୦ କିଲୋମିଟର ଦୂରରେ ଏକ କୋଠିରେ ଲୁଚିଥିଲେ ବୋଲି , ତେବେ ସୁଯୋଗ ନେଇ ପୋଲିସ ଏକ ସ୍ୱତନ୍ତ୍ର ଏନକାଉଣ୍ଟର ଟିମ୍ ସହ ପହଞ୍ଚିଯାଇଥିଲେ ସେଠାରେ ।ପୋଲିସ ସେଠାରେ ପହଞ୍ଚି ଜାଣିବାକୁ ପାଇଲା ଯେ ସେଠାରେ ପ୍ରାୟ୫-୬ ଜଣ ଅଭିଯୁକ୍ତ ଲୁଚି ଅଛନ୍ତି ।

ଏହାପରେ ପୋଲିସ ସେମାନଙ୍କୁ ସ୍ପିକର ମାଧ୍ୟମରେ ଆତ୍ମସର୍ମପଣ କରିବାକୁ କହିଥିଲା କିନ୍ତୁ ଦୀର୍ଘ ୫ ଘଣ୍ଟା ବିତିଯାଇଥିଲେ ସୁର୍ଦ୍ଧା ,ଅଭିଯୁକ୍ତ ମାନେ ଆତ୍ମସର୍ମପଣ ନକରି ଖସି ପଳାଇଯିବାକୁ ଚେଷ୍ଟାଚଳାଇଥିଲେ । ଠିକ ଏହି ସମୟରେ ପୋଲିସ ତାଙ୍କୁ ରୋକିବାପାଇଁ ଚେଷ୍ଟା କରିବାରୁ ସୋମନେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ । ଏହାର ପ୍ରତିଉତ୍ତରରେ ମଧ୍ୟ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା ।ଫଳରେ ଘଟଣା ସ୍ଥଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହେବା ସହ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହାତ ହୋଇଥିବା ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *