କଦଳୀ ଖାଇଲେ ଦେଖା ଦେଇଥାଏ ଏହି ସବୁ ସମସ୍ୟା: ଆଜି ହିଁ ହୁଅନ୍ତୁ ସତର୍କ
1 min readକଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ପାଟିକୁ ମିଠା ଲାଗିଥାଏ। ପିଲାଠାରୁ ବୁଢା ସଭିଏଁ ଏହାକୁ ପସନ୍ଦ କରନ୍ତି । ଆଉ ସବୁଠୁ ଖାସ କଥା ହେଉଛି ଖୁବ ସମୟରେ ଏହି ଫଳଟି ମିଳିଯାଏ | ଏମିତିରେ ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ତ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ସାଇଡ ଇଫେକ୍ଟ ପଡିପାରେ । ସେଥିପାଇଁ ଆପଣଙ୍କୁ କଦଳୀ ଖାଇବା ପାଇଁ ଏକ ପ୍ରକାରର ସମୟ ସ୍ଥିର କରିବାକୁ ପଡିବ। ଆପଣ ଗୋଟିଏ ଦିନରେ ଅତି ବେଶୀରେ ଗୋଟିଏ ରୁ ଦୁଇଟି କଦଳୀ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣ ବହୁତ ବ୍ୟାୟାମ କରନ୍ତି, ତେବେ ଆପଣ ଦିନକୁ ୩-୪ ଟି କଦଳୀ ଖାଇପାରିବେ । କିନ୍ତୁ ଏହାଠାରୁ ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଅଧିକ କଦଳୀ ଖାଇବାର କ’ଣ ସବୁ ଅସୁବିଧା ରହିଛି । ଅଧିକ କଦଳୀ ଖାଇବା ଦ୍ୱାରା ଆପଣ ମୋଟାପଣ ବୃଦ୍ଧି ହୋଇପାରେ । କଦଳୀରେ ଫାଇବର ଏବଂ ନେଚୁରାଲ ସୁଗାର ଭରପୁର ପରିମାଣରେ ଥାଏ । ଯଦି ଆପଣ ଏହାକୁ କ୍ଷୀର ସହିତ ଖାଆନ୍ତି, ତେବେ ଓଜନ ଅଧିକ ବଢ଼ିଯାଏ ।
ଖାଲି ପେଟ କଦଳୀ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ମଧ୍ୟ ହୋଇପାରେ । କଦଳୀରେ ଷ୍ଟାର୍ଚ ଥାଏ, ତେଣୁ ଏହାକୁ ହଜମ କରିବାକୁ ସମୟ ଲାଗେ । ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ ଆସିଥାଏ । ଅନେକ ଲୋକ ଏହି କାରଣରୁ ବାନ୍ତି ମଧ୍ୟ କରନ୍ତି ।
ପାଚିଲା କଦଳୀ ଖାଇବା ଦ୍ୱାରା ପେଟ ସଫା ହୋଇଯାଏ । କିନ୍ତୁ କଦଳୀ ଯଦି ଟିକେ କଞ୍ଚା ରୁହେ, ତେବେ ଏହା କୋଷ୍ଠକାଠିନ୍ୟର କାରଣ ହୋଇପାରେ । କଦଳୀ ଖାଇବା ଦ୍ୱାରା ଝାଡ଼ା ଟାଇଟ୍ ହୋଇଯାଏ । ତେଣୁ କଞ୍ଚା କଦଳୀ ଖାଆନ୍ତୁ ନାହିଁ ଏବଂ ପାଚିଲା କଦଳୀକୁ ଏକ ଲିମିଟ ମଧ୍ୟରେ ଖାଆନ୍ତୁ ।
ଯେଉଁମାନଙ୍କର ଡାଇବେଟିସ୍ ରହିଛି, ସେମାନଙ୍କ ପାଇଁ କଦଳୀ ଖାଇବା କ୍ଷତିକାରକ ହୋଇପାରେ । କଦଳୀରେ ନେଚୁରାଲ ସୁଗାର ରହିଥାଏ, ଯେଉଁଥିରେ ସୁଗାର ଲେବଲ ବଢ଼ିପାରେ । ଏଥିପାଇଁ ଅଧିକ ସୁଗାର ଥିବା ଲୋକଙ୍କୁ କଦଳୀ କମ୍ ଖାଇବା ଉଚିତ୍ ।
ଯଦି ଆପଣ ବହୁ ପରିମାଣରେ କଦଳୀ ଖାଆନ୍ତି, ତେବେ ଦାନ୍ତ ନଷ୍ଟ ହେବାର ଆଶଙ୍କା ବି ରହିଛି । କଦଳୀରେ ଆମିନୋ ଏସିଡ୍ ଟାଇରୋସିନ୍ ଥାଏ, ଯାହା ଶରୀରରେ ଟାଇରାମିନରେ ପରିଣତ ହୁଏ । ଏହା ଏକ ମାଇଗ୍ରେନକୁ ଟ୍ରିଗର କରିପାରେ । ଆଜ୍ମା ରୋଗୀମାନେ ମଧ୍ୟ ସ୍ୱଳ୍ପ ପରିମାଣରେ କଦଳୀ ଖାଇବା ଉଚିତ୍ । ଅନେକ ଲୋକଙ୍କୁ କଦଳୀ ଖାଇବାରୁ ଫୁଲିବା ଏବଂ ଅନ୍ୟାନ୍ୟ ଆଲର୍ଜି ମଧ୍ୟ ହୋଇପାରେ ।