ରାଜନୀତି ମୈଦୀନରେ ରଚନା ସିଦ୍ଧାନ୍ତ , ଦୁହେଁ ଦୁହିଁଙ୍କୁ ଜଣାଉଛନ୍ତି ଶୁଭେଚ୍ଛା..
1 min readସିଦ୍ଧାନ୍ତ-ରଚନା । ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏଇ ନାଁ ଦୁଇଟି ହିଁ ଅତି ଆପଣାର । କେବେ ପ୍ରେମଗୀତରେ ଦୁହିଁଙ୍କ ଅଭିନୟ ଦେଖି ମନ ଭିଜିଛି ତ କେବେ ପରଦା ଉପରେ ତାଙ୍କର ମିଛିମିଛିକା କାନ୍ଦରେ ଦର୍ଶକଙ୍କ ଆଖି ଓଦା ହୋଇଛି । ଏବେ ଏହି ଦୁଇ ସୁପର ଷ୍ଟାର ପ୍ରଚାର ମୈଦାନରେ । ଏବେ ପ୍ରଚାର ମୈଦାନରେ ବି ଉଭୟ ଉଭୟଙ୍କୁ ମନେ ପକାଇଛନ୍ତି । ଜଣାଇଛନ୍ତି ଶୁଭେଚ୍ଛା ଓ ଭଲପାଇବା । ସିଦ୍ଧାନ୍ତ ଏବେ ଦିଗପହଣ୍ଡିରୁ ବେଜେପି ପ୍ରାର୍ଥୀ ହୋଇଥିବା ବେଳେ ରଚନା ଏବେ ହୁଗୁଳିରୁ ଟିଏମସି ପ୍ରାର୍ଥୀ । ତୃଣମୁଳ କଂଗ୍ରେସ ପ୍ରାର୍ଥୀ ରଚନା ଏବେ ଦାଣ୍ଡ ଦୁଲୁକେଇ ପ୍ରଚାର କରୁଛନ୍ତି ।
ସେପଟେ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମଧ୍ୟ ଦିଗପହଣ୍ଡିରେ ଜୋରଦାର ପ୍ରଚାର କରୁଛନ୍ତି । ରାଜନୀତି ମଇଦାନରେ ଦୁଇ କୋଷ୍ଟାର ଭିନ୍ନ ଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନଦଳରୁ ପ୍ରାର୍ଥୀ ହୋଇଛନ୍ତି । ହୁଗୁଳି ଲୋକସଭା ନିର୍ବାଚନ ମଣ୍ଡଳୀର ଭଦ୍ରେଶ୍ୱର ପୌର ପାଳିକା ଅଞ୍ଚଳରେ ରଚନା ନିର୍ବାଚନୀ ପ୍ରଚାର କରିଥିଲେ । ଆଉ ସେହିସମୟରେ ପ୍ରବାସୀ ଓଡିଆଙ୍କୁ ଦେଖି ସେ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି । ଅଭିନେତ୍ରୀ ରୁ ରାଜନେତ୍ରୀ ହେଇଛନ୍ତି ରଚନା ।
ଏପଟେ ଦିଗପହଣ୍ଡି ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରୁଛନ୍ତି ସିଦ୍ଧାନ୍ତ । ବିଜେପି ତରଫରୁ ସିଦ୍ଧାନ୍ତ ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ପ୍ରାର୍ଥୀ ହୋଇଛନ୍ତି ।ସିଦ୍ଧାନ୍ତ ସୂର୍ଯ୍ୟ ନାରାୟଣଙ୍କୁ ତାଙ୍କ ଗୁରୁ ବୋଲି ମାନନ୍ତି ତେଣୁ ସମସ୍ତେ କହୁଛନ୍ତି ଦିଗପହଣ୍ଡିରେ ଅର୍ଜୁନ ଅଶ୍ୱତମା ଲଢେଇ ହେବ । ଏପଟେ ରଚନା ପ୍ରଥମ କରି ରାଜନୀତି ମଇଦାନରେ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଖବର ଜାଣି ସିଦ୍ଧାନ୍ତ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ରଚନା ମଧ୍ୟ ସିଦ୍ଦାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।