Pratidin TV

Odisha's Digital News Platform

(VIDEO)ହନୁମାନଙ୍କ ପରି ନିଜ ରାମଚନ୍ଦ୍ରଙ୍କୁ ଅପେକ୍ଷା କରିଥିଲେ ବୈରାଗୀ , ଦେଖୁ ଦେଖୁ ମୁନ୍ନା ଭାଇଙ୍କ ….

କଟକ ; ଓଡିଆ ଫେମସ୍ ପୁଚୁକି ଗାଲିରେ ଓଲିଉଡ୍ ସୁପରଷ୍ଟାର ସିଦ୍ଧାନ୍ତଙ୍କ ସହ ନଜର ଆସିଥିଲେ ବୈରାଗୀ । କିନ୍ତୁ ଆଜି ପରିସ୍ଥିତି ଆଣି ବୈରାଗୀଙ୍କୁ ରାସ୍ତା କଡରେ ଛିଡା କରିଦେଇଛି । ଅଭିନୟ ଦୁନିଆଠାରୁ ଦୂରେଇ ବୈରାଗୀ ଏବେ ନିଜର ଏକ ଫାଷ୍ଟଫୁଡ୍ ଷ୍ଟଲ ଚଳାଇଛନ୍ତି । କିନ୍ତୁ ଆଜିବି ମୁନା ଭାଇଙ୍କୁ ନିଜ ରାମଚନ୍ଦ୍ର ଭାବନ୍ତି ବୈରାଗୀ । ହନୁମାନଙ୍କ ଭଳି ସବୁଭେଳେ ନିଜ ହୃଦୟରେ ମୁନ୍ନାଭାଇ ଅଛନ୍ତି ଆଉ ରହିବେ ବୋଲି କହିଛନ୍ତି ବୈରାଗୀ । ତେବେ ଦୀର୍ଘ ୩୦ ବର୍ଷ ପରେ ବୈରାଗୀଙ୍କୁ ଗଣମାଧ୍ୟମରେ ଦେଖି ମୁନ୍ନାଭାଇ ତାଙ୍କ ସହ ଦେଖା କରିବାକୁ ଯାଇଥିଲେ । ଯାହାର ଦୃଶ୍ୟ ଦେଖିଲେ ଆପଣ ବି ଭାବବିହ୍ୱଳ ହୋଇପଡିବେ । ମୁନ୍ନା ଭାଇଙ୍କୁ ନିଜ ଷ୍ଟଲରେ ଦେଖି କିଛି ସମୟ ପାଇଁ ବିଶ୍ୱାସ ଜରିପାରିନଥିଲେ ବୈରାଗୀ । ଆଉ ଲମ୍ବ ହୋଇ ପଡିଯାଇଥିଲେ ମୁନ୍ନା ଭାଇଙ୍କ ପାଦତଳେ । ଯାହାକୁ ଦେଖି ସେଠାରେ ଥିବା ଲୋକମନାେ କହିଥିଲେ ସତରେ ପ୍ରଭୁ ରାମଚନ୍ଦ୍ର ଆଉ ହନୁମାନଙ୍କ ମହାମିଳନ ପରି ଲାଗୁଛି ।

Leave a Reply

Your email address will not be published. Required fields are marked *