ଆରମ୍ଭ ହେଲା ସିଦ୍ଧାର୍ଥ-କିଆରାଙ୍କ ବିବାହ : ସୂର୍ଯ୍ୟଗଡରେ ବାଜିଲା ରାଜସ୍ଥାନୀ ଲୋକଗୀତ , ଏହି ସମୟରେ ନେବେ ସାତଫେରା ..
1 min readମୁମ୍ବାଇ : ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଏକ ହେବାକୁ ଯାଉଛନ୍ତି ବଲିଉଡ୍ର ସୁଇଟ୍ କପୁଲ୍ ସିଡ୍ –କିଆରା । ଆଜି ଜେସଲମେର ର ସୂର୍ଯ୍ୟଗଡରେ ପ୍ୟଲେସ ପୁରା ନବ ବଧୁ ଭଳି ସଜେଇ ହୋଇଛି ।ସତେ ଯେପରି କିଆରାଙ୍କ ବଦଳରେ ସେ କରିବ ସିଦ୍ଧାର୍ଥଙ୍କୁ ବିବାହ ।
ତେବେ ଏହି ଦୁଇ ଲଭ ବର୍ଡସଙ୍କ ବିବାହର ସବୁ ରସମ୍ ଆରମ୍ଭ ହୋଇଯାଇଛି ।ସୂର୍ଯ୍ୟଗଡର ରାଜସ୍ଥାନି ପ୍ୟାଲସରେ ଅତିଥି ପରିବାର ବନ୍ଧୁବର୍ଗଙ୍କ ସହ ସିଦ୍ଧାର୍ଥ ବ୍ୟାଣ୍ଡ ବାଜା ବାରତ ସହ ସମସ୍ତଙ୍କୁ ନେଇ ପୁରା ରେଡ୍ଡି । ଆଉ ଅଳ୍ପ କିଛି ସମୟ ମଧ୍ୟରେ ବରଯାତ୍ରୀ ବାହାରିବା ସହ ଆରମ୍ଭ ହୋଇଯିବ ସିଡ୍ –କିଆରଙ୍କ ବାହଘର ।
ସାତଫେରା– କିୟାରା- ସିଦ୍ଧାର୍ଥ ଆଜି ୪ ଟା ସମୟରେ ସାତଫେରା ନେବେ । ଦୁହେଁ ବିବାହ ବନ୍ଧନରେ ବାନ୍ଧିହୋଇ ସବୁଦିନ ପାଇଁ ଏକ ହୋଇଯିବେ । ତେବେ ସୂର୍ଯ୍ୟଗଡର ବାବଡିରେ ମଣ୍ଡପ ସଜାଯାଇଚି । ଶୁଣିବାକୁ ମିଳୁଛି ଯେ ବାହାଘର ପଞ୍ଜାବି ରିତୀନିତୀରେ କରାଯିବ । ଏନେଇ ସେଠାରେ ପଞ୍ଜବୀ ଖାଇବାକୁ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଇଚି ।
ଆଜି ସକାଳ ୧୧ ଟା ସମୟରେ ହଳଦୀ ରସମ୍ ହୋଇଥବା ବେଳେ , ସବୁ ଅତିଥିମାନେ ମିଶି ଜୋିରଦାରର ଡାନ୍ସ କରିଥିଲେ । ଏବଂ କିଆରା-ସିଡ୍ଙ୍କୁ ହଳଦୀ ଲଗାଇଥିଲେ ।ଆଜି ସକାଳୁ ସକାଳୁ ଅତିଥିମାନଙ୍କୁ ସୁଦ୍ଧ ପଞ୍ଜ।ବୀ ଖାଇବା ପରୋସା ଯାଇଥିଲା । ଯାହାକୁ ଦେଖି ପ୍ରାୟ ସବୁ ଅତିଥି ମାନେ ଖୁସି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ନିଜ ସୋସିଆଲ ମିଡିଆରେ ମଧ୍ୟ ବ୍ରେକଫାଷ୍ଟର ଫଟୋ ଅପଲୋଡ୍ କରିଥିଲେ ।