Pratidin TV

Odisha's Digital News Platform

ଯମଜ ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁଙ୍କ ମାଆ! ଫେସବୁକ୍ ରେ ପୋଷ୍ଟ କରି କଲେ ଖୁଲାସା …

1 min read

ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର ଏବେ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଗତ କିଛି ମାସ ତଳେ ସିଦ୍ଧୁ ମୁସେୱାଲାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଶୁଣିବାକୁ ମିଳିଥିଲା । କୁହାଯାଇଥିଲା ତାଙ୍କ ମାଆ ଗର୍ଭବତୀ ଅଛନ୍ତି । ୫୮ ବୟସରରେ ସେ ମାଆ ହେବାକୁ ଯାଉଛନ୍ତି । ତେବେ ଗର୍ଭଧାରଣ ପାଇଁ ସେ ଆଇଭିଏଫ୍ ସାହାଯ୍ୟ ନେଇଛନ୍ତି । ତେବେ ଖବର ଆସିଛି ଯେ ଚରଣ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏବଂ ତା ସହିତ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସେ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏହି କଳ୍ପନା ଜଳ୍ପନାର ଖୁଲାସା କରିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ । ସେ ଫେସବୁକ୍ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ‘ଦୟା କରି ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଯାହାବି ଖବର ଆସିବ ଆମେ ଆପଣଙ୍କ ସହ ସେୟାର କରିବୁ ‘।

ସୂଚନା ଥାଉ କି, ୨୯ ମେ ୨୦୨୨ରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ମାନସର ଜବାହର ଗ୍ରାମରେ ଲୋକପ୍ରିୟ ଗାୟକ ତଥା ରାପର ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ । ଫଳରେ ସେ ସେଠାରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ଏହି ଘଟଣାରେ ଏକାଧିକ ସୁଟରଙ୍କ ଏକ ଗୋଷ୍ଠୀ ତାଙ୍କୁ ପୂର୍ବ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ତାର ସହଯୋଗୀ ଗୋଲଡି ବରାର ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲା । ପରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଥିଲା । ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଚିନ ବିଷ୍ଣୋଇ ସମେତ ଏକାଧିକ ସୁଟରଙ୍କୁ ଗିରଫ କାରଯାଇ ସାରିଲାଣି । ସିଦ୍ଧୁଙ୍କ ମୃତ୍ୟୁକୁ ଦୁଇବର୍ଷ ବିତିଗଲାଣି ହେଲେ ଆଜିବି ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *