Pratidin TV

Odisha's Digital News Platform

ସିକ୍କିମ୍ ରେ ଏସକେଏମ’ର ବୃହତ ବିଜୟ , ପୁଣିଥରେ ସରକାର ଗଢିବେ ପ୍ରେମସିଂହ..

1 min read

ସିକ୍କିମ୍‌ରେ ପୁଣି ଥରେ ସରକାର ଗଢିଲେ ପ୍ରେମ ସିଂହ ତୋମାଙ୍ଗଙ୍କ ନେତୃତ୍ୱାଧୀନ ଦଳ। ସମସ୍ତଙ୍କୁ ପଛରେ ହାତେଇଲେ ଆସନ । ମ୍ୟାଜିକ ନମ୍ବର ଠାରୁ ଢେର ଅଧିକ ବୃହତ ଏକତରଫା ବିଜୟ ହାସଲ କରିଛନ୍ତି ।  ଏଥିସହିତ  ଦ୍ୱିତୀୟ ଥର ପାଇଁ  ସିକ୍କିମ୍‌ରେ   ପ୍ରେମ ସିଂହ ତୋମାଙ୍ଗ ସରକାର ଗଠନ କରିବାକୁ ଯାଉଛନ୍ତି ।

ଏସକେଏମ ୩୨ ଟି ସିଟ୍ ମଧ୍ୟରୁ ୩୧ଟି ଜିତିଛି ସିକିମ ସେହିପରି ଏସ୍‌ଡିଏଫ୍ ଗୋଟିଏ ଆସନରେ ଜିତିଛି। ସେପଟେ ବିଜେପି, କଂଗ୍ରେସ ଓ ସିଟିଜନ ଆକ୍ସନା ପାର୍ଟି-ସିକ୍କିମ ଚଳିତ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତା ହୋଇଛି। ଏଠାରେ ଏହି ତିନି ଦଳ ଖାତା ଖୋଲି ପାରି ନାହାନ୍ତି। । ସରକାର ଗଠନ ପାଇଁ ରାଜ୍ୟରେ ୧୬ ଆସନ ଆବଶ୍ୟକ ଥିବା ବେଳେ ଏସକେଏମ ୩୧ ଆସନରେ ବିଜୟ ହାସଲ କରିଛି। ବୃହତ ବିଜୟ ପରେ ଆଜି ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟିବେ। ପ୍ରେମ ସିଂହ ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିବେ ।

Advertisement

Leave a Reply

Your email address will not be published. Required fields are marked *