Pratidin TV

Odisha's Digital News Platform

ସିକିମରେ ବରଫ ଝଡ଼ର ତାଣ୍ଡବ : ୬ ମୃତ , ଫସିରହିଛନ୍ତି ୮୦ ରୁ ଉର୍ଦ୍ଧ ପର୍ଯ୍ୟଟକ ..

1 min read

ନୂଆଦିଲ୍ଲୀ : ସିକିମରେ ଭୀଷଣ ବରଫ ଝଡ଼ । ୬ ପର୍ଯ୍ୟଟକ ମୃତ, ୮୦ ଜଣ ଫସିଥିବା ଆଶଙ୍କା । ମଙ୍ଗଳବାର ସିକିମର ନାଥୁଲା ଅଂଚଳରେ ହୋଇଥିବା ହିମସ୍ଖଳନରେ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଏଥି ସହିତ ପ୍ରାୟ ୮୦ରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି । ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଆହତମାନଙ୍କୁ ରାଜ୍ୟ ରାଜଧାନୀ ଗାଙ୍ଗଟକର ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତି କରାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଗତିରେ ଚାଲିଛି ।

ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟା ୨୦ ସମୟରେ ନାଥୁଲା ଅଂଚଳରେ ହିମସ୍ଖଳନ ଘଟିଥିଲା । ଏହି ଘଟଣା ପରେ ନିକଟସ୍ଥ ସାମରିକ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତି ହୋଇଥିବା ୬ ଜଣ ଆହତଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ ଗାଙ୍ଗଟକକୁ ନାଥୁଲାକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ହିମ ସ୍ଖଳନ ଘଟିଛି । ପୋଲିସର ସୂଚନାନୁସାରେ, ୧୫୦ରୁ ଅଧିକ ପର୍ଯ୍ୟଟକ ସେଠାରେ ଅଟକି ରହିଛନ୍ତି ।

Advertisement

ବରଫରେ ଫସି ରହିଥିବା ୩୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଗାଙ୍ଗଟକର ଏସଟିଏନଏମ ହସ୍ପିଟାଲ ଏବଂ ସେଂଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତମାନ ସିକିମ୍ପୋଲିସ,ସିକିମରେ ଟ୍ରାଭେଲ ଏଜେଣ୍ଟସ ଆସୋସିଏଶନ, ପର୍ଯ୍ୟଟନ ବିଭାଗର ଅଧିକାରୀ ଏବଂ ଡ୍ରାଇଭରଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି ।

Leave a Reply

Your email address will not be published. Required fields are marked *