Pratidin TV

Odisha's Digital News Platform

ଜୁନ୍ ୧୦ରେ ଶପଥ ନେବେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ

ଜୁନ ୧0 ତାରିଖ ଅର୍ଥାତ ଆସନ୍ତାକାଲି ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଏସ୍‌କେଏମ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ନେତା ପ୍ରେମ ସିଂହ ତମାଙ୍ଗ ନେବେ ଶପଥ |

ତେବେ ସୂଚନା ଅନୁଯାୟୀ, ଶନିବାର ଦିନ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ତମାଙ୍ଗ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି। ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଏସ୍‌କେଏମ ରାଜ୍ୟର ଏକମାତ୍ର ଆସନ ହାତେଇଛି। ଅନ୍ୟପଟେ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବ ପାଇଁ ତମାଙ୍ଗ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି।

ତେବେ ଚଳିତ ସିକ୍କିମ ବିଧାନସଭାର ୩୨ ଆସନ ପାଇଁ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଯେଉଁଥିରେ ପ୍ରେମ ସିଂହ ତମାଙ୍ଗ ୩୧ଟି ଆସନରେ ବିଜୟୀ ହୋଇଛନ୍ତି |

Leave a Reply

Your email address will not be published. Required fields are marked *