Pratidin TV

Odisha's Digital News Platform

ସିକିମର ବିନାଶକାରୀ ବନ୍ୟା, ୩ ଦିନରେ ମୃତ୍ୟୁ ସଂଖ୍ୟା ୪୦ ଛୁଇଁଲା…

1 min read


ନୂଆଦିଲ୍ଲୀ: ସିକିମରେ ସୃଷ୍ଟି ହୋଇଛି ପକୃତିକ ବିପର୍ଯ୍ୟୟ । ବିନାଶକାରୀ ବନ୍ୟାରେ ଗଲାଣି ୪୦ ଜଣଙ୍କର ଜୀବନ । ଅତ୍ୟଧିକ ବର୍ଷା ଯୋଗୁଁ ତିସ୍ତା ନଦୀରେ ସୃଷ୍ଟି ହୋଇଥିଲା ବଡଧରଣର ବନ୍ୟା । ଯେଉଁଥିପାଇଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ୨୩ ଜଣ ଯବାନଙ୍କ ସମେତ ୧୨୦ ଜଣ ଲୋକ ପତ୍ତା ମିଳିନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୟଙ୍କର ବନ୍ୟାରେ ୪୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏବଂ ୭ଜଣ ଯବାନ ମଧ୍ୟ ନିଖୋଜ ରହିଛନ୍ତି । ସେମଧ୍ୟରୁ ଓଡଶାର ଜଣେ ଯବାନଙ୍କ ମଧ୍ୟ ମୃତ୍ୟୁ ଘଟିଛି । କେବଳ ସେତିକି ନୁହେଁ ଏହି ବନ୍ୟାରେ ୩୦୦୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ମଧ୍ୟ ଫସି ରହିଥିବା ଜଣାପଡିଛି । ଫସି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଓଡିଶାର ଚୈାଦ୍ୱାର ଅଞ୍ଚଳର ଦମ୍ପତ୍ତି ମଧ୍ୟ ଫସି ରହିଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି ।


ତେବେ ଗତ ମଙ୍ଗଳବାର ରାତିରେ ମାତ୍ରାଧିକ ବର୍ଷା ହେବା କାରଣରୁ ଲୋନକ ହ୍ରଦରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ତିସ୍ତା ନଦୀରେ ବନ୍ୟା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଚୁଙ୍ଗତଙ୍ଗ ଡ୍ୟାମରୁ ଜଳ ନିଷ୍କାସନ ସମୟରେ ଜଳସ୍ତର ୧୫ ରୁ ୨୦ ଫୁଟ ଉଚ୍ଚତାକୁ ବୃଦ୍ଧି ପାଇ ୨୩ ଜଣ ଯବାନଙ୍କ ସମେତ ସତାଧିକ ଲୋକ ଭାସିଯାଇଥିଲେ । ହଠାତ୍ ବନ୍ୟାରେ ରାଜ୍ୟର ୧୧ ଟି ସେତୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିମଧ୍ୟରୁ ମାଙ୍ଗାନ ଜିଲ୍ଲାର ୮ ଟି ବ୍ରିଜ, ନାମଚିରେ ଦୁଇଟି ଏବଂ ଗାଙ୍ଗଟୋକରେ ଗୋଟିଏ ବ୍ରିଜ ଭାଙ୍ଗ ନଷ୍ଟ ହୋଇଯାଇଛି । ଉତ୍ତର ସିକ୍କିମରେ ଥିବା NDRF ପ୍ଲାଟୁନ୍ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ସିକିମର ବିଭିନ୍ନ ଅଞ୍ଚଳରେ ୩ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ଫସି ରହିଛନ୍ତି । ସେମାନଙ୍କ ଭିତରୁ ୨୦୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ସିକ୍କିମ୍ ସିଏମ୍ ପ୍ରେମ ସିଂ ତମାଙ୍ଗ କହିଛନ୍ତି ଯେ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଏଜେନ୍ସି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଦିନରାତି କାମ କରି ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି ।

Advertisement

Leave a Reply

Your email address will not be published. Required fields are marked *