Pratidin TV

Odisha's Digital News Platform

ସିକ୍କିମ ଭାରତୀୟ ସେନାଙ୍କ ବଡ ସଫଳତା…. ଭୂସ୍ଖଳନରେ ୧୨ଶହରୁ ଅଧିକ ପର୍ଯ୍ୟଟକ ଉଦ୍ଧାର

1 min read

ସିକ୍କିମରେ ଭାରତୀୟ ସେନାଙ୍କ ବଡ ସଫଳତା | ଅତ୍ୟଧିକ ପ୍ରବଳ ବର୍ଷ ଯୋଗୁଁ ସିକ୍କିମରେ ଭୂସ୍ଖଳନ ହୋଇଥିଲା | ଭୂସ୍ଖଳନ ପରେ ଫସି ରହିଥିବା ୧୨ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଯବାନ | ଅନ୍ୟ ପର୍ଯ୍ୟଟନଙ୍କୁ ଚାଲିଛି ଆହୁରି ଉଦ୍ଧାର କାର୍ଯ୍ୟ | ଖୁବଶୀଘ୍ର ସେମାନଙ୍କୁ ଉଦ୍ଧର କାର୍ଜି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି | ଅନ୍ୟପକ୍ଷରେ ଏହି ଭୂସ୍ଖଳନରେ ୬ ଜଣଙ୍କର ମୃତ୍ୟୁ ହୋଇଛି |

ସୂଚନା ଅନୁଯାୟୀ, ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଳାଚୁଙ୍ଗ ଅଞ୍ଚଳରେ ଜୁନ ୧୨ ତାରିଖ ଦିନ ବର୍ଷ ଯୋଗୁଁ ଏକ ବଡ ଧରଣର ଭୂସ୍ଖଳନ ହୋଇଥିଲା | ଯାହାଫଳରେ ୧୨ ଶହରୁ ଅଧିକ ପର୍ଯ୍ୟଟକ ସେଠାରେ ଫସି ରହିଥିଲେ | ବର୍ଷ ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ କଷ୍ଟ ହୋଇଥିଲା | ପ୍ରାୟ ୭ ଦିନ ଧରି ଉଦ୍ଧାର ଅପରେସନପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି ସେନା |

Leave a Reply

Your email address will not be published. Required fields are marked *