Pratidin TV

Odisha's Digital News Platform

ରୂପାରେ ରାମ ମନ୍ଦିର କଲେ ସୁନା ଦୋକାନୀ , ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ ..

1 min read

ଗୁଜୁରାଟ : ରୂପାରେ ରାମ ମନ୍ଦିର ତିଆରି କଲେ ସୁନା ଦୋକାନୀ । ଯାହାର ମୂଲ୍ୟ ୮୦ ହଜାରରୁ ୫ ଲକ୍ଷ । ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି । ପ୍ରତ୍ୟେକ ରାମ ଭକ୍ତ ଉତ୍ସାହର ସହିତ ରାମ ମନ୍ଦିରର କାର୍ଯ୍ୟ ସମାପ୍ତ ହେବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ଗୁଜୁରାଟର ସୁରଟ ସହରର ଜଣେ ସୁନା ଦୋକାନୀ ରୂପା ରେ ନିର୍ମିତ ଏକ ନିଆରା ଭବ୍ୟ ରାମ ମନ୍ଦିର ତିଆରି କରିଛନ୍ତି । ସେ ୪ଟି ଭିନ୍ନ ଭିନ୍ନ ମନ୍ଦିରର ପ୍ରତିକୃତି ତିଆରି କରିଛନ୍ତି । ଯାହାର ଓଜନ ଏବଂ ମୂଲ୍ୟ ଅଲଗା ଅଟେ । ଏହି ପ୍ରତିକୃତି ଡି ଖୁଶାଲଭାଇ ଜୁଏଲର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ସୁନା ଦୋକାନର ମାଲିକ ଦୀପକ ଚୋକସି କହିଛନ୍ତି, “ରାମ ମନ୍ଦିର ହେଉଛି ଭାରତୀୟ ସଂସ୍କୃତିର ଏକ ଐତିହ୍ୟ, ତେଣୁ ଆମେ ଏହାର ରୂପାରେ ତିଆରି କରିବାକୁ ଚିନ୍ତା କରିଥିଲୁ ।

Advertisement

ଦୀପକ ଚୌକସି କହିଛନ୍ତି ଯେ ଆମେ ୪ଟି ଭିନ୍ନ ପ୍ରତିକୃତି ପ୍ରସ୍ତୁତ କରିଛୁ । ଏଥିରେ, ଛୋଟ ପ୍ରତିକୃତି ୬୫୦ ଗ୍ରାମ ରୂପାରେ ଏବଂ ସବୁଠାରୁ ବଡଟି ୫.୫ କିଲୋଗ୍ରାମ ରୂପାରେ ନିର୍ମିତ । ଛୋଟ ମନ୍ଦିରର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ଏବଂ ସବୁଠାରୁ ବଡ ମନ୍ଦିରର ମୂଲ୍ୟ ପ୍ରାୟ ୫.୫ ଲକ୍ଷ ଟଙ୍କା ଏବଂ ଏହାକୁ ନିର୍ମାଣ କରିବାକୁ ୨ ମାସ ସମୟ ଲାଗିଥିଲା ।

ଦୀପକ ଚୌକସି କହିଛନ୍ତି ଯେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ରାମ ଭକ୍ତମାନେ ରାମ ମନ୍ଦିର ନିର୍ମାଣ ପାଇଁ ରୂପା ଦାନ କରିଛନ୍ତି । ଏହି କାରଣରୁ ସେ ଏକ ରୂପା ରାମ ମନ୍ଦିର ନିର୍ମାଣ କରିବାର ସଂକଳ୍ପ ପାଇଲେ । ଦୀପକ କହିଛନ୍ତି ଯେ ସେ ଆଶାବାଦୀ ଯେ ରୂପା ରାମ ମନ୍ଦିରର ଏହି ପ୍ରତିକୃତିକୁ ଲୋକମାନେ ପସନ୍ଦ କରିବେ । ତଥାପି, ଏହାକୁ ତିଆରି କରିବା ଆଦୌ ସହଜ ନଥିଲା । ଆରମ୍ଭରେ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା । ସେ କହିଛନ୍ତି ଯେ ମନ୍ଦିରର ସ୍ତମ୍ଭ ତିଆରି କରିବାରେ ବହୁ ପରିଶ୍ରମ ଏବଂ ଯତ୍ନ ନିଆଯାଇଛି ।

Leave a Reply

Your email address will not be published. Required fields are marked *