ଅସୁରକ୍ଷିତ ବନ୍ୟଜନ୍ତୁ ; ପୁଣି ହୁ ହୁ ଜଳୁଛି ଶିମିଳିପାଳ
1 min readମୟୁରଭଞ୍ଜ : ଶିମିଳିପାଳ ଏବେ ସଙ୍କଟରେ । ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ବାଲମା ଅଞ୍ଚଳ ସମେତ ଶିମିଳିପାଳ ଅଭ୍ୟାନ୍ତରୀଣ ଅଞ୍ଚଳରେ ପାଖାପାଖି ୩ କିଲୋମିଟର ଲାଗିଛି ନିଆଁ । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି ଏବଂ ହୁ ହୁ ହୋଇ ଜଳୁଛି ଶିମିଳିପାଳ । ରାତିରେ ଶିମିଳିପାଳ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଜଳୁଛି ଶିମିଳିପାଳ ଅଭୟାରଣ୍ୟର ବିଟ୍ ଅଂଚଳ ।
ନିଆଁ ଏହି ଅଂଚଳରେ ଥିବା ଜଙ୍ଗଲରେ ଲାଗି ସାରିଥିବା ବେଳେ ହୁ ହୁ ହୋଇ ଜଳୁଛି । ପାଖାପାଖି ୩ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । କିଛି ଦିନ ବ୍ୟବଧାନ ପରେ ଲାଗିଛି ନିଆଁ । ନିଆଁ ଏତେ କ୍ଷୀପ୍ର ଗତିରେ ବ୍ୟାପୁଛି ଯେ କମ୍ ସମୟ ମଧ୍ୟରେ ବାଲମା ଅଂଚଳର ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି ।