Pratidin TV

Odisha's Digital News Platform

ଶିମିଳିପାଳରେ ଲାଗିଛି ନିଆଁ ବାଘ ଛୁଆ ଦଉଡି ବୁଲୁଛି..

1 min read

ଶିମିଳିପାଳ ଜାତୀୟ ଉଦ୍ୟାନ ଓ ପାଦଦେଶରେ ଥିବା ଜଙ୍ଗଲ ମାନଙ୍କରେ ପ୍ରବଳ ନିଆଁ ଲାଗି ଥିବାର ଦେଖିବାକୁ ମିଳୁଛି। ଶିମିଳିପାଳରେ ନିଆଁ ଲାଗି ଥିବା ଜାଗା ଚିହ୍ନଟ କରି ବନବିଭାଗ ଓ ଓଡ୍ରାଫ୍ଟ ଦଳ ପକ୍ଷରୁ ନିଆଁ ଲିଭାଇବାକୁ ଦୀନରାତି ଚେଷ୍ଟା କରୁଛନ୍ତି । ଏହି ନିଆଁ ଶିମିଳିପାଳର ଗ୍ରାମାଞ୍ଚଳ ପାଦଦେଶରେ ଥିବା ଜଙ୍ଗଲ ମାନଙ୍କରେ ନିଆଁ ଲାଗି ଥିବା ବେଳେ ଶିମିଳିପାଳର କୋର୍ ଅଞ୍ଚଳ ନିଆଁ ଦାଉରୁ ସୁରକ୍ଷା ଥିବା କହିଛନ୍ତି ବନବିଭାଗ। ତା ସହିତ ଜୀବଜନ୍ତୁ ସୁରକ୍ଷା ଥିବା ନେଇ ବନବିଭାଗ ପକ୍ଷରୁ ଭିଡିଓ ପୋଷ୍ଟ କରିଛନ୍ତି ସୁଶାନ୍ତ ନନ୍ଦ।

ଯେଉଁଥିରେ ଗୋଟିଏ ମହାବଳ ବାଘ ଛୁଆ ଆରାମରେ ବିଚରଣ କରୁଥିବା ସହିତ କୈାଣସି ଏକ ଜିନିଷକୁ ଦେଖୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ବହୁ ଦିନଧରି ନିଆଁ ଲାଗି ନଥିବା ବେଳେ ଶେଷ ସମୟରେ ନିଆଁ ଲାଗି ଥିବା ଯୋଗୁ ବହୁ ଶିମିଳିପାଳ ବନ୍ୟପ୍ରେମୀଙ୍କ ମନରେ ଶକ୍ତ ଆଘାତ ଲାଗିଥିଲା ଦେଖିବାକୁ ମିଳିଛି। ଏପଟେ ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ନିଆଁ ଲିଭାଇବାକୁ ବନ ବିଭାଗକୁ ନାକେଦମ୍ ହେବାକୁ ପଡ଼ୁଛି।ଶିମିଳିପାଳରେ ଏହି ନିଆଁ ଲାଗିବା ଫଳରେ ଶିମିଳିପାଳର ବହୁ ଗଛ ପତ୍ର ନଷ୍ଟ ହେଉଥିବାବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଏବେ ସଙ୍କଟରେ ପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *