Pratidin TV

Odisha's Digital News Platform

ଶୀତ ସହ ଆରମ୍ଭ ହେଉଛି ପାର୍ବଣ ଋତୁ , ହୋଇପାରେ ଥଣ୍ଡା ଏଥିପାଇଁ ଘରେ ରହି ପ୍ରସ୍ତୁତ କରନ୍ତୁ ଔଷଧ..

1 min read

ଆସିଲାଣି ଶୀତ ଋତୁ । ଆଉ ଏହି ଦିନରେ ଥଣ୍ଡା ଜର ବ୍ୟାପିଥାଏ । ତେବେ ସୁସ୍ଥ ରହିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ନିତାନ୍ତ ଆବଶ୍ୟକ ଅଟେ । ଥଣ୍ଡା ଦିନ ଆସିବା ଫଳରେ ଆପଣଙ୍କୁ ଯଦି ବାରମ୍ବାର ଥଣ୍ଡା ହେଉଥାଏ । ବିଶେଷ କରି ପାଗ ପରିବର୍ତ୍ତନ ହେବା ସମୟରେ ଥଣ୍ଡାଜ୍ୱର ଲାଗି ରହୁଥାଏ, ତେବେ ଏହାର ମୁଖ୍ୟ କାରଣ ହେଉଛି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇ ପଡିଥାଏ । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ ରୋଗଗ୍ରସ୍ତ ହୋଇଥାଏ । ଏପରି କିଛି ପତ୍ର ଆଉ ମଞ୍ଜି ଅଛି ଯାହାକୁ ସେବନ କଲେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଓ ମଜଭୂତ ହୋଇଥାଏ । ତେବେ ଜାଣନ୍ତୁ କଣ ସେସବୁ ..


କାଜୁ , ବାଦାମ, ପେସ୍ତା ବାଦାମ ଆଦିକୁ ପାଣିରେ ଭିଜାଇ ଏହାକୁ ସକାଳେ ଖାଆନ୍ତୁ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ । ତୁଳସୀ ପତ୍ର ଆଣ୍ଟି-ବାୟୋଟିକର କାମ କରିଥାଏ । ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏବଂ ଶୀତ ଦିନ ଆଉ ଅଧିକ ମାତ୍ରାରେ ତଳସୀ ପତ୍ର ଖାଆନ୍ତୁ ଏହା ଥଣ୍ଡାରୁ ରକ୍ଷା କରିଥାଏ । ଏହା ଛଡା ତୁଳସୀ ପତ୍ର ସହ ମହୁ ମିଶେଇ ଖାଇଲେ ତାହା ମଧ୍ୟ ଭଲ ଫଳ ଦେଇଥାଏ । ଔଷଧ ପରିବେର୍ତ୍ତ ତୁଳସୀ ପତ୍ର ଥଣ୍ଡା ଦେହ ପାଇଁ ଲାଭ ଦାୟକ ହୋଇଥାଏ । ଖାସ କରି ଛୋଟ ଛୁଆ ଥଣ୍ଡା ହେଲେ ପିତା ଔଷଧ ଖାଇବାକୁ ଇଚ୍ଛା କରି ନଥାନ୍ତି ।ଏଥିପାଇଁ ଚିନ୍ତାରେ ରହିଥାନ୍ତି ସେମାନଙ୍କ ମାଆବାପା । ତେଣୁ ସେମାନଙ୍କୁ ଥଣ୍ଡାରୁ ଦୂରେଇ ରଖିବାକୁ ଚାହୁଁଛନ୍ତ ତେବେ ତୁଳସୀ ପତ୍ରକୁ ବାଟି ତା ରସ ସହ ମହୁ ମିଶାଇ ଛୁଆଙ୍କୁ ପିଆନ୍ତି । ଏଭଳି କଲେ ଖୁବ ଶୀଘ୍ର ଛୁଆଙ୍କ ଥଣ୍ଡା ଛାଡି ଯାଇଥାଏ ।
ଗଜା ମୁଗ, ବୁଟ ଓ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ । ଏଥିରେ ଭରପୂର ମାତ୍ରାରେ ପୋଷଣ ଥାଏ । ଏ ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ସହଜରେ ହଜମ ମଧ୍ୟ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *