Pratidin TV

Odisha's Digital News Platform

ବାପାକୁ ହତ୍ୟା କରି ଫେରାର ଥିବା ପୁଅକୁ ରାଜ୍ୟ ବାହାରୁ ଗିରଫ କଲା ସିମୁଳିଆ ପୋଲିସ

1 min read

ବାପା ହତ୍ୟାକାରୀକୁ ୨୩ ଦିନ ପରେ ଗିରଫ କଲା ପୋଲିସ l ବାପାକୁ ହତ୍ୟା କରି ଫେରାର ଥିବା ପୁଅକୁ ରାଜ୍ୟ ବାହାରୁ ଗିରଫ କଲା ସିମୁଳିଆ ପୋଲିସ l ସାମାନ୍ୟ ବଚଷାରୁ ହୋଇଥିଲା ହତ୍ୟାକାଣ୍ଡ l ସିମୁଳିଆ ଥାନା ଗରସଙ୍ଗ ଗ୍ରାମର ଗତ ୧୬ ତାରିଖରେ ବାପା ପ୍ରଭାକର ବେହେରାଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଇଥିଲା ପୁଅ ରମେଶ ଚନ୍ଦ୍ର ବେହେରା l ବାପାକୁ ହତ୍ୟା କରି ଘର ପଛପଟ ବିଲରେ ପୋତି ଫେରାର ହୋଇଯାଇଥିଲେ l

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ବାପାକୁ ଭାଇ ହତ୍ୟା କରିଥିବା ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ ପରେ ଘର ନିକଟରେ ରେ ପଚା ଗନ୍ଧ ଆସୁଥିବା ନେଇ ଅଂଚଳବାସି ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଉକ୍ତ ସ୍ଥାନକୁ ଖୁଲିବା ପରେ ବାପା ପ୍ରଭାକରଙ୍କର ମୃତଦେହ ଉଦ୍ଧାର କରି ହତ୍ୟା ମାମଲା ରୁଜୁ କରି ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ୱରେ ପୁଅ ରମେଶକୁ ଗିରଫ ପାଇ ୨ଟି ଟିମ ଗଠନ କରିଥିଲେ l ଶେଷରେ ହାଇଦ୍ରାବାଦ ଏକ ଅଞ୍ଚଳରୁ ପୋଲିସ ରମେଶକୁ ଗିରଫ କରିଥିଲେ l ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ ଶଶାଙ୍କ ଶେଖର ବେୱରା l

Advertisement

Leave a Reply

Your email address will not be published. Required fields are marked *