Pratidin TV

Odisha's Digital News Platform

ମହିଳା ଥାନାରେ ହାଜର ହେଲେ ସୌରିନ୍ ; କହିଲେ ମତେ ବଦନାମ କରିବାକୁ ସାଜିସ୍ …

ଭୁବନେଶ୍ୱର : ଯୌନ ନିର୍ଯାତନା ମାମଲାରେ ଦୀର୍ଘ ଦିନ ପରେ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଆଜି ସେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି । ତେବେ ଥାନା ଭିତରକୁ ଯିବା ପୂର୍ବରୁ ସୌରିନ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି ଯେ ମତେ ଫସାଇ ବଦନାମ୍ କରିବାକୁ ଏସବୁ ସାଜିସ୍ । ମୋର କୌଣସି ଭୁଲ୍ ନାହିଁ । ମୁଁ ସେ ଯୁବତୀଙ୍କୁ ଜାଣିନାହିଁ । ଅପେକ୍ଷା କରନ୍ତୁ ସତ ନିଶ୍ଚୟ ସାମ୍ନାକୁ ଆସିବ ।

ତେବେ ଗତ କିଛି ମାସ ପୂର୍ବରୁ ହଠାତ୍ କିଛି ଫଟୋ ଓ ଭିଡିଓ ସହ କଟକ ମହିଳା ଥାନାରେ ପହଞ୍ଚିଥିଲେ ଜଣେ ଯୁବତୀ । ଆଉ ସୌରିନ ତାଙ୍କ ଫାଇଦା ଉଠାଇଥିବା ନେଇ ଅଭିଯୋଗ ଆଣିଥିଲେ । ଏପରିକି ଗୀତିକାର ବନାଇବା ଆଳରେ ମିଛ ପ୍ରେମ କରି ତାଙ୍କ ସହ ସର୍ମ୍ପକ ରଖିଥିଲେ ସୌରିନ ଏବଂ ଏହାପରେ ତାଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ଆଣିଥିଲେ ଯୁବତୀ । ପରେ ପୋଲିସ ସୌରିନଙ୍କୁ ଥାନାରେ ହାଜର ହେବାକୁ କହିଥିଲା । କିନ୍ତ ସୌରିନଙ୍କର କୌଣସି ପତ୍ତା ମିଳିନଥିଲା । କଟକ ସିଡିଏ ସ୍ଥିତ ଘର ସହ ପୋଲିସ ତାଙ୍କୁ କଲିକତା ଖୋଜିବାକୁ ମଧ୍ୟ ଯାଇଥିଲା । କିନ୍ତୁ ସବୁଠି ନିରାଶ ହୋଇ ଫେରିଥିଲା । ତେବେ ହଠାତ୍ ଆଜି ସୌରିନ କଟକ ମହିଳା ଥାନାରେ ପହଞ୍ଚି ନିଜ ବୟାନ ରଖିଛନ୍ତି ।

Leave a Reply

Your email address will not be published. Required fields are marked *