ଆର ପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମ ;ଚଳିତ ବର୍ଷ ମିଳିଥାନ୍ତା ପଦ୍ମ ଭୂଷଣ ସମ୍ମାନ..
1 min readଭୁବନେଶ୍ୱର : ଆଖିବୁଜିଲେ ସୁନାମଧନ୍ୟା କଣ୍ଟଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ । ଶନିବାର ଚେନ୍ନାଇ ସ୍ଥିତ ବାସଭବନରେ ୭୮ ବର୍ଷ ବୁୟସରେ ପରଲୋକ ଘଟିଛି । ଚଳିତ ବର୍ଷ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥାନ୍ତା । ଓଡିଆରେ ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଛନ୍ତି ବାଣୀଜୟରାମ୍ । ତେବେ ବାଣୀ ଜୟରାମ ନିଜ ଜୀବନ କାଳ ମଧ୍ୟରେ ୧୦ ହଜାରରୁ ଉର୍ଦ୍ଧ ଗୀତରେ କଣ୍ଠଦାନ କରିଛନ୍ତି ।
୩୦ ନଭେମ୍ବର ୧୯୪୫ ମସିହାରେ ବାଣୀ ଜୟରାମ ତାମିଲନାଡୁର କଳାଇଭାନୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ପ୍ରାୟ ସମସ୍ତଙ୍କ ରୂଚି ସଙ୍ଗୀତରେ ଥିବାରୁ ପିଲାଦିନରୁ ହିଁ ବାଣୀ ନିଜ ଭଉଣୀମାନଙ୍କ ପାଖରୁ ପ୍ରେରିତ ହୋଇଥିଲେ ।
ସେ ତାମିଲର ଅନେକଗୁଡିଏ ଗୀତଗାଇବା ସହ ବଲିଉଡ୍ ଓଲିଉଡ୍ରେ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ବାଣୀ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ଓଡିଆ ଏବଂ ରାଜସ୍ଥାନ ସମେତ ଅନେକ ଭାଷାରେ ୧୦ ହଜାରରୁ ଅଧିକ ଗୀତ ଗାଇଛ ।