Pratidin TV

Odisha's Digital News Platform

ଏବେ ବିଧବା ମହିଳା ବି ହୋଇପାରିବେ ମା’ ସରୋଗେସି ଅଧିନିୟମରେ ସରକାର କଲେ ବଡ ପରିବର୍ତ୍ତନ …

1 min read

ନାରୀ ଜନ୍ମର ପୂର୍ଣ୍ଣତା ମାଆ ହେବା ପରେ ମିଲିଥାଏ । ସବୁ ନାରୀର ସ୍ୱପ୍ନ ଥାଏ ମାଆ ହେବା । କିନ୍ତୁ ଯେତେବେଳେ ଜଣେ ମହିଳାର ଛାଡପତ୍ର ହୋଇଯାଏ କିମ୍ବା ତାଙ୍କ ସ୍ୱାମୀ ମରିଯାଆନ୍ତି, ତେବେ ମହିଳାଙ୍କ ଏହି ସ୍ୱପ୍ନ କିପରି ସାକାର ହୋଇପାରିବ? କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏଥିପାଇଁ ବ୍ୟବସ୍ଥା କରିଛନ୍ତି । ସରୋଗେସି ଆଇନକୁ ପରିବର୍ତ୍ତନ କରି କେନ୍ଦ୍ର ସରକାର ଏକାକୀ ମହିଳା (ବିଧବା କିମ୍ବା ଛାଡପତ୍ର) ପାଇଁ ମା ହେବାର ଅଧିକାର ଦେଇଛନ୍ତି । ବିଧବା କିମ୍ବା ଛାଡପତ୍ର ପାଇଥିବା ମହିଳାମାନେ ବର୍ତ୍ତମାନ ସରୋଗେସି ପ୍ରକ୍ରିୟା ମାଧ୍ୟମରେ ଏହି ସୁବିଧା ପାଇପାରିବେ , ସରୋଗେସି ଆଧାରରେ ସରକାର ଇଛୁକ ଦମ୍ପତିଙ୍କୁ ଦାତା ଗ୍ୟାମେଟ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ସରକାର ସରୋଗେସି ଆଇନରେ ପରିବର୍ତ୍ତନ କରିଛନ୍ତି । ଯେଉଁ ନିୟମରେ ଅବିବାହିତା ମହିଳାଙ୍କୁ ମା ହେବାର ଅଧିକାର ଦେଇଛନ୍ତି । ସରୋଗେସିର ଉଭୟ ଦିଗରେ ପରିବର୍ତ୍ତନ ଆଣିବାକୁ ସୁପ୍ରିମକୋର୍ଟ କହିଥିଲେ, ଏହା ପରେ ସରକାର ସରୋଗେସି ଆକ୍ଟ -୨୦୨୨ ରେ ସଂଶୋଧନ କରିଛନ୍ତି ।

ନିକଟରେ ସୁପ୍ରିମକୋର୍ଟ ଜଣେ ୪୪ ବର୍ଷ ବୟସ୍କା ଅବିବାହିତା ମହିଳାଙ୍କ ସରୋଗେସି ମାଧ୍ୟମରେ ମା ହେବା ପାଇଁ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ସରୋଗେସି ପୁନର୍ବାର ଆଲୋଚନା ଆରମ୍ଭ ହୋଇଥିଲା । ଏହି ପ୍ରସଙ୍ଗରେ କୋର୍ଟ କହିଥିଲେ ଯେ ଅବିବାହିତା ମହିଳାଙ୍କୁ ଏହି ଅଧିକାର ଦିଆଯିବା ଉଚିତ ନୁହେଁ । କିନ୍ତୁ ଏହି ଅଧିକାର ବିଧବା ଏବଂ ଛାଡପତ୍ର ହୋଇଥିବା ମହିଳାମାନଙ୍କୁ ଦିଆଯାଇଛି । ଏହା ବ୍ୟତୀତ, ଡାକ୍ତରୀ ରୋଗରେ ପୀଡିତ ଦମ୍ପତିଙ୍କ ପାଇଁ ଉଭୟ ଗ୍ୟାମେଟ୍ ରହିବା ବାଧ୍ୟତାମୂଳକ ନୁହେଁ, ଅର୍ଥାତ୍ ସରଳ ଭାବରେ କହିବାକୁ ଗଲେ, ଜଣେ ସ୍ୱାମୀ କିମ୍ବା ସ୍ତ୍ରୀ ରହିବା ଆବଶ୍ୟକ, ଅନ୍ୟ ଦାତା ଗେମେଟ୍ ବ୍ୟବହାର କରାଯିବ । ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ଜିଲ୍ଲା ମେଡିକାଲ ବୋର୍ଡରୁ ଅନୁମତି ନେବାକୁ ପଡିବ । ବିଧବା କିମ୍ବା ଛାଡପତ୍ର ପାଇଥିବା ବିବାହିତ ମହିଳାଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିୟମ ପରିବର୍ତ୍ତନ କରାଯାଇଛି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସରୋଗେସି ଆକ୍ଟର ଧାରା ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ କୋର୍ଟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ନିର୍ଦେଶ ଦେଇଥିଲେ । ବର୍ତ୍ତମାନ ବିବାହିତ ମହିଳା (ବିଧବା କିମ୍ବା ଛାଡପତ୍ର) ସରୋଗେସି ପ୍ରକ୍ରିୟା ପାଇବା ପାଇଁ ଅନୁମତି ଦିଆଯାଇଛି । ହେଲେ ସର୍ତ୍ତ ଅଛି ଯେ ସେମାନଙ୍କର ବୟସ ୩୫ ରୁ ୪୫ ବର୍ଷ ମଧ୍ୟରେ ହେବା ଉଚିତ୍ । ହେଲେ ଲିଭ୍ ଇନ୍ ରେ ରହୁଥିବା ମହିଳାଙ୍କ ପାଇଁ ଏହି ନୟମ ଲାଗୁ କରାଯିବ ନାହିଁ ।

Leave a Reply

Your email address will not be published. Required fields are marked *