ବାଟବଣା ସରକାରଙ୍କ ଶିଶୁବିକାଶ ଯୋଜନା : ହାତରେ ଚା ଧରି ଶିଶୁ ବିକାଶ କାର୍ଯ୍ୟାଳୟରେ ଚା’ ବାଣ୍ଟୁଛି ଶିଶୁ ..
1 min readଜଳେଶ୍ୱର : ମାନବିକତା ଭୁଲିଗଲେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟଳୟ ସୁପରଭାଇଜର । ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟରେ ଚା ବାଣ୍ଟୁଛି ଶିଶୁ । ମାନବିକତା ଭୁଲିଗଲେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟଳୟ ସୁପରଭାଇଜର । ଯେଉଁ ବିଭାଗ ଶିଶୁ ଶ୍ରମିକ ବନ୍ଦ କରିବା ନେଇ ସଚେତନ କରିବା କଥା , ସେହି କାର୍ଯ୍ୟଳୟରେ ଶିଶୁମାନଙ୍କୁ ଦ୍ୱାରା କାର୍ଯ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ । ଏଭଳି ସଙ୍ଗିନ ଦୃଶ୍ୟ ଜଳେଶ୍ୱର ବ୍ଲକ ପରିସରରେ ଦେଖିବାକୁ ମିଳିଛି ।
ପ୍ରାୟ ୧୦ରୁ୧୨ ବର୍ଷ ବୟସ ଛୋଟପୁଅ ପିଲାଟି ଚା ନେଇ ସମନ୍ବିତ ଶିଶୁବିକାଶ ଯୋଜନା କାର୍ଯ୍ୟଳୟକୁ ଯିବାର ଦେଖିବାକୁ ମିଳିଥିଲା । ଏବସ ସେଠାରେ ସୁପର ଭାଇଜର ମ୍ୟାଡାମଙ୍କୁ ଚା ଦେବା ସହ ଅନଷ୍କର୍ମଚାରୀମାନଙ୍କୁ ମଧ୍ୟ ଚା ବାଣ୍ଟିଥିଲା । ସରକାରଙ୍କ ଶିଶୁ ବିକାଶ କାର୍ଯ୍ୟଳୟରେ ହିଁ ଚାଲିଛି ଏଭଳି ଜଘନ୍ୟ ଅପରାଧ ।
ଶିଶୁଶ୍ରମିକଙ୍କୁ ରୋକିବା ବଦଳରେ ନିଜ କାମରେ ହିଁ ଲଗାଉଛନ୍ତି ମ୍ୟାଡାମ୍ । କେବେ ଚେତିବ ସରକାର । ଦେଶରୁ କେବେ ହ୍ରାସ ହେବ ଶିଶୁଶ୍ରମିକ । କାରଣ ଏଠି ନିଜେ ବାରଣ କରିବା ଲୋକହିଁ ଚା ପିଉଛନ୍ତି ଜଣେ ବାଳକ ହାତରୁ ।