Pratidin TV

Odisha's Digital News Platform

ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ ମାମଲା ରେ ଯାଞ୍ଚ କରିବ ଏସଆଇଟି ..

1 min read

ସଂସଦ ତଥା ଆପ ନେତା ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ ମାମଲା ଏବେ ନୂଆ ମୋଡ଼ ନେବାରେ ଲାଗିଛି   । ଏବେ ଏହି ମାମଲାର ତଦନ୍ତ ପାଇଁ ପୋଲିସ ଏବେ ଏକ  ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।  ଏସଆଇଟି’ ବର୍ତ୍ତମାନ ଏହି ପୁରା ମାମଲାରେ ଯାଞ୍ଚ କରିବ । ଏହି ମାମଲାର ନେତୃତ୍ୱ ଦିଲ୍ଲୀ ଉତ୍ତର ଜିଲ୍ଲାର ଅତିରିକ୍ତ ଡିସିପି ଅଞ୍ଜିଥା ଚିପିୟାଲ ନେବେ, ଏହି ଟିମରେ ତିନଜଣ ଅନ୍ସପେକ୍ଟର ରାଙ୍କର ଅଧିକାରୀ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି ।

ଆଜି ଏସଆଇଟି ଗଠନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏସ୍ ବିଭବ କୁମାରଙ୍କୁ ପଚରା ଉଚରା କରିଛି । ଏହା ବ୍ୟତୀତ ସିଏମ୍‌ଙ୍କ ସିକ୍ୟୁରିଟି ଗାର୍ଡଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ମୋବାଇଲ୍ ଭିଡିଓରେ ଦେଖାଯାଇଥିବା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଏସଆଇଟି ପଚରାଉଚରା କରିଛି। ପୁଲିସ ଟିମ୍ ଅଭିଯୁକ୍ତ ବିଭବ କୁମାରଙ୍କ ଘରେ ପହଞ୍ଚି ତଲାସି କରିବା ସହ ସେଠାରୁ କିଛି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରିଛି। ସୂଚନାଥାଉ ଯେ, ଏକ ସପ୍ତାହ ପୂର୍ବରୁ ସ୍ୱାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ତାଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପିଏସ ବିଭଗ କୁମାର ତାଙ୍କ ସହ ଦୃବ୍ୟବହାର କରିବା ସହ ମାରପିଟ୍ କରିଥିବା ଅଭିଯୋଗ ଆଣିଥିଲେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ବାଲ।

Advertisement

Leave a Reply

Your email address will not be published. Required fields are marked *