Pratidin TV

Odisha's Digital News Platform

ଏକାଠି ରହିପାରିବେନି ସୀତା ଓ ଆକବର , ହାଇକୋର୍ଟରେ ପହଞ୍ଚିଲା ମାମଲା ..

1 min read

ସାଧାରଣତଃ ଝଗଡା କିମ୍ବା ବଡ ବଡ ଅପରାଧ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । କିନ୍ତୁ କେବେ ଦେଖିଛନ୍ତି କି ନାମକୁ ନେଇ ବିବାଦ । ପୁଣି ସେହି ବିବାଦ ଏତେ ଅଧିକ ହୋଇଯାଇଛି ଯେ ଯେଉଁଥିପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଛି । ସୀତା ଏବଂ ଆକବର ନାମକୁ ନେଇ ଏହି ବିବାଦ ଦେଖାଦେଇଛି ଏବଂ ବିରୋଧୀମାନେ ମଧ୍ୟ ହାଇକୋର୍ଟରେ ଆବେଦନ କରିଛନ୍ତି । ୧୬ ଫେବୃଆରୀରେ ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ବେଞ୍ଚରେ ଏହି ଆବେଦନ କରାଯାଇଥିଲା ଯାହାର ଶୁଣାଣି ୨୦ ଫେବୃଆରୀରେ ହେବ ।

ନାମ ପରିବର୍ତ୍ତନ କରାଯିବାକୁ ଆବେଦନ କରାଯାଇଛି । ହେଲେ ଏହି ବିବାଦ କୌଣସି ମଣିଷ କୁ ନେଇ ନୁହେଁ ବରଂ ଦୁଇଟି କଥା କହିପାରୁନଥିବା ପ୍ରାଣୀକୁ ନେଇ ମୁଣ୍ଡ ଟେକିଛି ବିବାଦ । ଆଉ ଏହି ବିବାଦ ଏବେ କୋଲକାତା ହାଇକୋର୍ଟରେ ପହଞ୍ଚିଛି । ବାସ୍ତବରେ, ପଶ୍ଚିମବଙ୍ଗର ସିଲିଗୁଡିରେ ଏହି ବିବାଦ । ତାହା ପୁଣି ସିଂହୀ ଏବଂ ସିଂହଙ୍କ ନାମକୁ ନେଇ । ସିଂହର ନାମ ଆକବର ଏବଂ ସିଂହୀର ନାମ ସୀତା । ନିକଟରେ ଉଭୟଙ୍କୁ ତ୍ରିପୁରାର ସେପାହିଜାଲା ପ୍ରାଣୀ ଉଦ୍ୟାନରୁ ଅଣାଯାଇ ସିଲିଗୁଡି ଜଙ୍ଗଲରେ ରଖାଯାଇଥିଲା, କିନ୍ତୁ ବିଶ୍ୱ ହିନ୍ଦୁ ପରିଷଦ ସେମାନଙ୍କ ନାମକୁ ବିରୋଧ କରିଛି । ହିନ୍ଦୁ ଏବଂ ମୁସଲମାନ ନାମ ସହିତ ସିଂହ ଏବଂ ସିଂହୀ କିପରି ଏକାଠି ରହିପାରିବେ? ଏହି ପ୍ରଶ୍ନ ଉଠାଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିରୋଧ କରାଯାଇଛି । ଭିଏଚପି ସଦସ୍ୟମାନେ କହିଛନ୍ତି ‘ଆକବର’ର ମହିଳା ପାର୍ଟନରକୁ ‘ସୀତା ’ବୋଲି କହିବା ହିନ୍ଦୁ ଧର୍ମକୁ ଅପମାନ କରିବା ପରି । ତେଣୁ ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଇଛି । ପ୍ରଥମ ଥର ପାଇଁ ଦେଶରେ ବନ୍ୟ ପ୍ରାଣୀଙ୍କ ନାମକୁ ନେଇ ବିବାଦ ଦେଖାଦେଇଛି ଏବଂ ଏହା ହାଇକୋର୍ଟରେ ପହଞ୍ଚିଛି ।

Advertisement

Leave a Reply

Your email address will not be published. Required fields are marked *