Pratidin TV

Odisha's Digital News Platform

OTT ରେ ରିଲିଜ୍ ହେଲା ସୀତା ରାମମ୍ , ଏଥର ଘରେ ବସି ଦେଖନ୍ତୁ ଏହି ବ୍ଲକ ବ୍ଲାଷ୍ଟର ମୁଭି

ନୂଆଦିଲ୍ଲୀ : ନିକଟରେ ସୁପରଷ୍ଟାର ଦୁଲକର ସଲାମାନ ଏବଂ ମୃଣାଲ ଠାକରଙ୍କ ମାଲାୟାଲମ୍ ଫିଲ୍ମ ସୀତା ରାମମ୍ ବ୍ଲକ୍‌ବ୍ଲାଷ୍ଟର ହିଟ୍ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସ୍ ହିଟ୍ ମାରିବା ପରେ , ତାମିଲ, ତେଲୁଗୁ ଏବଂ ମାଲାୟାଲମର ବଡ ପ୍ରତିକ୍ରିୟା ପରେ ନିର୍ମାତାମାନେ ଫିଲ୍ମକୁ ହିନ୍ଦୀରେ ମଧ୍ୟ ରିଲିଜ୍ ହୋଇଥିଲା।

ବର୍ତ୍ତମାନ ଫିଲ୍ମକୁ ନେଇ ଏକ ବଡ ଅପ୍‌ଡଟେ୍ ଆସିଛି । ପ୍ରେକ୍ଷାଳୟକୁ ଯାଇ ଫିଲ୍ମ ଦେଖିପାରିନଥିବା ଦର୍ଶକମାନେ ବର୍ତ୍ତମାନ ଏହି ସୁପରହିଟ୍ ଫିଲ୍ମକୁ ଘରେ ବସି ଦେଖିପାରିବେ । ଏହା ବର୍ତ୍ତମାନ ଓଟିଟିରେ ରିଲିଜ୍ ହେବାକୁ ଯାଉଛି । ରାଘବପୁଡିଙ୍କ ନିର୍ଦ୍ଦେଶିତ ‘ସୀତା ରାମମ୍’ ନଭେମ୍ବର ୧୮ ରେ ଡିସ୍ନି + ହଟଷ୍ଟାରରେ ହିନ୍ଦୀ ଭର୍ସନ ଆସିବ। ଏହି କ୍ଲାସିକ୍ ପ୍ରେମ କାହାଣୀଟି ଲୋକମାନଙ୍କୁ ଏତେ ମାତ୍ରାରେ ପ୍ରବାବିତ କରିପାରିଛି ଯେ ଏହାକୁ ପୁଣି ଥରେ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ଚାତକ ଭଳି ଚାହିଁବସିଛନ୍ତି ଦର୍ଶକେ ।

ଦୁଲକର ସଲମାନଙ୍କ ଚରିତ୍ର ରାମ ହୋଇଥିବା ବେଳେ ଜଣେ ଅନାଥ ସୈନିକ, ଯିଏ ଦେଶ ସେବା କରନ୍ତି। ଏହା ଭିତର ଅନାଥ ରାମଙ୍କ ପାଖକୁ ଆସେ ଲକ୍ଷେ ଲକ୍ଷେ ଚିଠି କିଏ ରାମଙ୍କ ଭଓଣୀ ହୋଇ ଚିଠି ଲେକେ ତ କିଏ ମାଁ । କିନ୍ତୁ ସେଇ ସବୁ ଚିଠି ଭିତରେ ସୀତା ମହାଲକ୍ଷ୍ମୀ ଯିଏ ରାମଙ୍କୁ ନିଜ ସ୍ତ୍ରୀ ବୋଲି କହି ଚିଠି ପଠାନ୍ତି । ଏହା ପରେ ରାମ ବି ଆଶ୍‌ଚର୍ଯ୍ୟ ହୋଇଯାଆନ୍ତି । କି ବ୍ୟାଚଲାର ରାମ ନିଜେ ଜାଣିାପାରିଲେନି ସେ କେବେ ବିବାହ କଲେ ! ଫିଲ୍ମଟି ଦେଶ ଭକ୍ତି ସହ ପ୍ରକୃତ ଭଲପାଇବାର ଏକ ଭିନ୍ନ ଉଦାହରଭଣ ଦେଉଛି ଯୁବ ପିଢିକି । ଯିଏବି ଦେଖିବ ତା ଆଖିକୁ ଫିଲ୍ମର କାହାଣୀଟି ନିଶ୍ଚୟ ଭିଜାଇବ । କହିବାକୁ ଗଲେ ମାଲାୟାଲମ୍ ସିନେମାର ପ୍ରସିଦ୍ଧ ଅଭିନେତା ଦୁଲକର୍ ସଲମାନଙ୍କ ଏହା ହେଉଛି ଦ୍ୱିତୀୟ ତେଲୁଗୁ ଚଳଚ୍ଚିତ୍ର ।

Leave a Reply

Your email address will not be published. Required fields are marked *