Pratidin TV

Odisha's Digital News Platform

ନାବାଳିକା ଝିଅକୁ ଦୁଷ୍କର୍ମ କରି ହତ୍ୟା କରିଥିଲା ବାପା, କୋର୍ଟ ଦେଲେ ମୃତ୍ୟୁଦଣ୍ଡ…

1 min read

ଉତ୍ତରପ୍ରଦେଶ: ବାପ ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଦାଗ । ନୃଶଂସତାର ସବୁ ସୀମା ପାର କଲା ବାପା । ଦେହର ଭୋକ ମେଣ୍ଟାବା ପାଇଁ ଶେଷରେ ନିଜ ନାବାଳିକା ଝିଅକୁ ବି ଛାଡିଲାନି ପିଶାଚ ବାପା । ଝିଅକୁ ଦୁଷ୍କର୍ମ କରିବା ଅମାନୁଷିକ ଭାବେ କଲା ହତ୍ୟା । ଆଉ ପରେ ଦୋଷ ଲୁଚାଇବାକୁ ଯାଇ ରଚିଲା ନୁଆ କାହଣୀ । ଯାହା ଶୁଣିଲେ ଆପଣ ମାନେ ବି ତାଜୁବ ହୋଇଯିବେ । ତେବେ ଘଟଣା ଟି ତିନିବର୍ଷ ତଳର ହୋଇଥିବା ବେଳେ ବର୍ତ୍ତମାନ ଅଭିଯୁକ୍ତ ବାପାକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏଭଳି ଭୟଙ୍କର ଘଟଣା ଉତ୍ତରପ୍ରଦେଶର ସୀତାପୁରରୁ ସାମ୍ନାକୁ ଆସିଛି । ଅଭିଯୁକ୍ତ ବାପା ଜଣକ ହେଉଛନ୍ତି ରାମକ୍ରିପାଲ ।


ସୂଚନା ମୁତାବକ ରାମକ୍ରିପାଲ ତାର ୮ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଦୋଷ ଲୁଚାଇବାକୁ ଯାଇ ଝିଅର ହତ୍ୟା କରିଥିଲା । ପରେ ମୃତଦେହକୁ ଏକ ପରିତ୍ୟକ୍ତ ଟାଙ୍କିରେ ରଖି ଦେଇଥିଲା । ଆଉ ଝିଅର ନିଖୋଜ ନେଇ ପୋଲି ଷ୍ଟେସନରେ ଅଭିଯୋଗ କରିଥିଲା । ଆଉ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଯେତେବେଳେ ପୋଲିସ ଅଭିଯୁକ୍ତ ବାପାକୁ ଅଧିକ ପଚରା ଉଚରା କରିଥିଲା । ସେତେବେଳେ ବାପାର କଥାବର୍ତ୍ତାରେ କିଛି ତାଳମେଳ ପାଇନଥିଲା । ଫଳରେ ପୋଲିସର ସନ୍ଦେହ ଆହୁରୀ ବଢିଥିଲା । ଯେଉଁଥିପାଇଁ ସେ ବାପାକୁ ଗିରଫ କରିଥିଲେ । ଏବଂ ପରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲା । ବାପାର କହିବା ଅନୁସାରେ ଘରେ କେହି ନଥିବା ବେଳେ ସେ ନିଜ ଝିଅକୁ ଦୁଷ୍କର୍ମ କରିଥିଲା । ତାକୁ ହତ୍ୟା କରି ଟାଙ୍କିରେ ପୋତି ଦେଇଥିଲା । ପରେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା । ଅଭିଯୁକ୍ତ ବାପାକୁ ଜେଲରେ ରଖାଯାଇ ମାମଲାଟି ବିଚାରଧୀନ ଅବସ୍ଥାରେ ରହିଥିଲା । ବର୍ତ୍ତମାନ ତିନିବର୍ଷ ପରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି । ସୀତାପୁର କୋର୍ଟ ବାପାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ସମୟରେ ମୃତ ଝିଅର ମା ଏବଂ ତାଙ୍କ ଭଉଣୀ ମଧ୍ୟ ଖୁସି ଅଛନ୍ତି ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *