Pratidin TV

Odisha's Digital News Platform

ମଙ୍ଗଳାଗିରିର ହାତ ବୁଣା ଶାଢ଼ୀ ପିନ୍ଧି ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ …

1 min read

ଆଜି ସାରା ଦେଶର ନଜର ରହିଥିଲା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି ଉପରେ। ଏଥର ସାଧାରଣ ବଜେଟରେ ଗରିବଙ୍କ ପାଇଁ କ’ଣ ଅଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ କଣ ବ୍ୟବସ୍ଥା କରିଛନ୍ତି ସରକାର। ଏହାରି ଭିତରେ ସଂସଦରେ ପ୍ରବେଶ କରିଥିଲେ ଅର୍ଥମନ୍ତ୍ରୀ। ଆଉ ଆଜିର ଭଳି ଦେଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଦିନରେ ସୀତାରମଣଙ୍କୁ ଦେଖିବାକୁ ମିଳିଥିଲା ସ୍ଵତନ୍ତ୍ର ରୂପରେ। ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା । ଏଥର ମଧ୍ୟ ପାରମ୍ପରିକ ଶାଢୀ ପିନ୍ଧି ସଂସଦରେ ବଜେଟ ଆଗତ କରିଛନ୍ତି । ଚଳିତ ଥର ଏକ ଘିଅ ରଙ୍ଗ ଓ ବାଇଗେଣୀ ରଙ୍ଗର ଶାଢୀରେ ନଜର ଆସିଥିଲେ ଅର୍ଥମନ୍ତ୍ରୀ । ଶାଢୀର ବଡିର ରଙ୍ଗ ଘିଅ ରଙ୍ଗ ହୋଇଥିବା ବେଳେ ବଡର ବାଇଗେଣୀ ରଙ୍ଗର । ଏହା ଉପରେ ସୁନେଲି ରଙ୍ଗର କାମ ମଧ୍ୟ ହୋଇଛି ।

ନିର୍ମଳା ସୀତାରମଣଙ୍କ ଶାଢୀ ବେଜ ଏବଂ ମେଜେଣ୍ଟାର ମିଶ୍ରଣରେ ଏକ ହ୍ୟାଣ୍ଡଲୁମ ଶାଢୀ । ନୀମଳାଙ୍କ ଶାଢୀର ରଙ୍ଗ ଶୁଦ୍ଧାତା, ସ୍ବଚ୍ଛତା, ଏକତା ଏବଂ ଭାରତୀୟ ସଂସ୍କୃତିର ବାର୍ତ୍ତା ପ୍ରଦାନ କରେ । ରାଷ୍ଟ୍ରପତି-ଅର୍ଥମନ୍ତ୍ରୀଙ୍କ ପସନ୍ଦ ହ୍ୟାଣ୍ଡଲୁମ ଶାଢୀ: ପ୍ରତିଥର ବଜେଟ ଉପସ୍ଥାପନ ସମୟରେ ସୀତାରମଣଙ୍କ ଶାଢୀ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ସୁଦ୍ଧା ସେ 6 ଥର ବଜେଟ ଉପସ୍ଥାପନ କରିଥିବା ବେଳେ ପ୍ରତି ଥର ହ୍ୟାଣ୍ଡଲୁମ ଶାଢୀ ପିନ୍ଧିଥାନ୍ତି । ଏହା ପରିଧାନ କରି ସେ ପାରମ୍ପରିକ ଶାଢୀକୁ ପ୍ରୋତ୍ସାହିତ କରିଥାନ୍ତି । କେବଳ ଅର୍ଥମନ୍ତ୍ରୀ ନୁହଁନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପାରମ୍ପିର ଶାଢି ପିନ୍ଧିବାକୁ ଭଲ ପାଆନ୍ତି । ଯେଉଁ ବି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହୁଅନ୍ତି ହ୍ୟାଣ୍ଡଲୁମ ଶାଢୀ ପରିଧାନ କରିଥାନ୍ତି । ସବୁଥର ପରି ଏଥର ମଧ୍ୟ ତାଙ୍କ ଶାଢ଼ୀ କୁ ନେଇ ସବୁଠି ଚର୍ଚ୍ଚା । ଏଥର ବଜେଟ ଉପସ୍ଥାପନା ପାଇଁ  ସେ  ଏକ ଧଳା ଏବଂ ଗୋଲାପୀ ରଙ୍ଗର ଶାଢି ପିନ୍ଧିଛନ୍ତି। ପ୍ରତ୍ୟେକ ଥର ପରି ସେ ନିଜର ବଜେଟ ୨୦୨୪ ଉପସ୍ଥାପନ କରିବାକୁ ଶାଢି ଚୟନ କରିଛନ୍ତି। ତାଙ୍କ ଶାଢିର ରଙ୍ଗ ଧଳା ଏବଂ ଗାଢ ଗୋଲାପୀ। ଗୋଲାପୀ ଏବଂ ଧଳା ରଙ୍ଗ ମିଶ୍ରଣ ଏବଂ ନିର୍ଦ୍ଦୋଷତାରର ରଙ୍ଗ ଭାବରେ ବିବେଚନା କରାଯାଏ।ଏହି ଶାଢ଼ୀ ଆନ୍ଧ୍ର ପ୍ରଦେଶର, ଯାହାର ନାମ ମଙ୍ଗଳାଗିରି। ଏଥର ବଜେଟରେ ଆନ୍ଧ୍ର ପ୍ରଦେଶକୁ ବିଶେଷ ଆର୍ଥିକ ସହାୟତା ମିଳିଛି। ଏହାର ରାଜଧାନୀର ବିକାଶ ପାଇଁ ସ୍ୱତନ୍ତ୍ର ୧୫ ହଜାର କୋଟି ଟଙ୍କା ସାଙ୍ଗକୁ ପୋଲାଭରମ ଜଳସେଚନ ପ୍ରକଳ୍ପ ଏବଂ କୃଷି କ୍ଷେତ୍ର ପାଇଁ ବିଶେଷ ସହାୟତା ପ୍ରଦାନ କରାଯାଇଛି। ଏଥିପାଇଁ ଅର୍ଥମନ୍ତ୍ରୀ ସେହି ରାଜ୍ୟର ପ୍ରସିଦ୍ଧ ମଙ୍ଗଳାଗିରି ହାତ ବୁଣା ଶାଢ଼ୀ ପିନ୍ଧିଥିବା କୁହାଯାଉଛି। 

Leave a Reply

Your email address will not be published. Required fields are marked *