Pratidin TV

Odisha's Digital News Platform

ନିଦରେ ଶୋଇଥିଲେ ବାପା ମା’, ନବଜାତ ଶିଶୁକୁ ଜିଅନ୍ତା କାମୁଡି ଖାଇଲା ମୂଷା…

1 min read


ନୂଆଦିଲ୍ଲୀ: ଛଅ ମାସର ଛୁଆକୁ ଜିଅନ୍ତା ଖାଇଗଲା ମୂଷା । ଛୁଆର ବାପା, ମା ନିଦରେ ଶୋଇଥିବା ବେଳେ ତାଙ୍କ ଛଅ ମାସର ଶିଶୁକୁ ମୁଷାଟି କ୍ଷତ ବିକ୍ଷତ କରି ପକାଇଥିଲା । ନବଜାତ ଶିଶୁଟିର ଶରୀରେ ୫୦ ରୁ ଅଧିକ ସ୍ଥାନରେ ମୁଷା ଖଣ୍ଡିଆ ଖାବରା କରି ପକାଇଥିଲା । କିନ୍ତୁ ମୂଷାଟି ନବଜାତର ଏପରି ଅବସ୍ଥା ସମୟରେ ଜାଣି ପାରିନଥିଲେ ବାପା ମା’ । ପରେ ନିଦରୁ ଉଠି ବାପା ଛୁଆର ଏପରି ଅବସ୍ଥା ଦେଖି ପୋଲିସକୁ ଜଣାଇଥିଲେ । ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁର ବାପା, ମା’ଙ୍କ ସହ ମାଉସୀଙ୍କୁ ଗିରଫ କରିଛି । କାରଣ ସେମାନଙ୍କ ଅବହେଳା ହେତୁ ନବଜାତ ଶିଶୁଟିର ଏପରି ଅବସ୍ଥା ହୋଇଥିବା ନେଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ହଁ ଆଜ୍ଞା ଆମେରିକାର ଇଣ୍ଡିଆନାରେ ଏଭଳି ଘଟଣା ସାମ୍ନାକୁ ଆସିଛି ।


ସୂଚନା ମୁତାବିକ ନବଜାତ ଶିଶୁର ପରିବାର ଯେଉଁଠି ରହୁଥିଲେ । ତାର ଚାରିପାଖ ଅଳିଆ ଆବର୍ଜନାରେ ପରିପୁର୍ଣ୍ଣ ରହିଥିଲା । ଯେଉଁ କାରଣରୁ ମୁଷା ମାନେ ଘରେ ଥିବା ଜିନିଷ ପତ୍ର ନଷ୍ଟ କରିବା ସହ ପରିବାର ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ସେହି ପରିବାରର ବାପା ଡେଭିଡ ମା ଆଞ୍ଜେଲ ଏବଂ ତାଙ୍କ ମାଉସୀ ରହୁଥିଲେ । ସେହି ଦମ୍ପତ୍ତିଙ୍କର ତିନୋଟି ସନ୍ତାନ ରହିଛି । ତାଙ୍‌କ ସହ ଆଉ ଏକ ପରିବାର ମଧ୍ୟ ସେଠାରେ ରୁହନ୍ତି । ଯେଉଁଠି ଅନ୍ୟ ଦୁଇଟି ପିଲା ମଧ୍ୟ ରୁହନ୍ତି । ତେବେ ମୂଷାଟି ନବଜାତ ଶିଶୁକୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଯେତେବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେତେବେଳେ ଦେଖିଥିଲା ଯେ ସେହି ନବଜାତ ଶିଶୁଟିର ମୁଣ୍ଡ ଏବଂ ମୁହଁର ୫୦ଟି ସ୍ଥାନରେ କାମୁଡା କ୍ଷତ ରହିଥିଲା । ଖାଲି ସେତିକି ନୁହେଁ ଶିଶୁର ଚାରିଟି ଆଙ୍ଗୁଠି ଏବଂ ଡାହାଣ ହାତର ଗୋଟିଏ ଆଙ୍ଗୁଠି ନଥିବା ନେଇ ପୋଲିସ ଏତଲାରେ ଦର୍ଶାଇଥିଲା । ପରେ ଆହାତ ଶିଶୁକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ଶିଶୁ ଜୀବିତ ଅଛି ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *