Pratidin TV

Odisha's Digital News Platform

ଅଟୋରେ କରୁଥିଲେ ପିଲା ଚୋରୀ ,ବାନ୍ଧିଲା ପୋଲିସ ।

1 min read

କଟକ : କଟକରେ ପିଲା ଚୋରୀ ଓ ବିକ୍ରି କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା କଟକ ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ଭିତରେ ତିନି ଜଣ ଅଛନ୍ତି ମହିଳା । ଏହା ସହ ଏକ ଅଟୋ ରିକ୍ସା ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଜଣେ ଶ୍ରମିକଙ୍କ ଦୁଇ ନାବାଳକ ପୁଅ ଗତ ଦୁଇ ତାରିଖରେ ସଉଦା ଦୋକାନକୁ ଯାଇ ସନ୍ଧ୍ୟାରେ ଫେରିବା ସମୟରେ ଜଣେ ଅଟୋ ରିକ୍ସା ଚାଳକ ଉଭୟଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ଉକ୍ତ ଶ୍ରମିକ ଖୋଜାଖୋଜି କରିବା ସହ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Advertisement

ସଦର ପୋଲିସ ଏହି ଘଟଣାକୁ ଗୁରୁତର ନେବା ସହ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଏହି ପିଲା ଚୋରମାନ ନିଜ ଚୋରୀର ମାଧ୍ୟମ ଅଟୋରିକ୍ସାକୁ କରିଥିଲେ । ଅଟୋରେ ପିଲାଙ୍କୁ ବସାଇ ଫୁର ମାରୁଥିଲେ ।

Leave a Reply

Your email address will not be published. Required fields are marked *