Pratidin TV

Odisha's Digital News Platform

(ଭିଡିଓ)ଦୀର୍ଘ ବର୍ଷେ ପରେ ପୋଖରୀରୁ ମିଳିଲା ନିଖୋଜ ଯୁବତୀଙ୍କ କଙ୍କାଳ !

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ଦେଖାଦେଇଛି ଏକ ଲୋମହର୍ଷକର ଘଟଣା । ଏକ ପରିତ୍ୟକ୍ତ ପୋଖରୀରୁ ବସ୍ତା ଭିତରେ ମିଳିଛି ମଣିଷ ଖପୂରୀ ହାଡ ଓ କଙ୍କାଳ ।

ସୂଚନା ଅନୁଯାଇ ବାଲେଶ୍ଵର ଜିଲ୍ଲା ସିଂଲାଥାନା ପାଣିଶୁଳିଆ ଦୁରୁଣ୍ଡିକାଳ ପୋଖରୀରୁ ଏକ ଅଖା ବସ୍ତାରୁ ମଣିଷର ଖପୁରୀ ଏବଂ ହାଡ ଦେଖିବାକୁ ମିଳିଛି। ସ୍ଥାନିୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କାହାକୁ ହତ୍ୟା କରାଯାଇ ଏହି ବସ୍ତାରେ ଭର୍ତ୍ତି କରି ଏଭଳି ଅପରିତକ୍ତ ପୋଖରୀରେ ଥିବା ଦଳଭିତରେ ଯୋଜନା ପୂର୍ବକ ଭର୍ତ୍ତି କରାଯାଇଛି।

ଏପଟେ ଦେଢ ବର୍ଷ ତଳେ ଏହି ଗ୍ରାମର ଜଣେ ଯୁବତୀଙ୍କ ନିଖୋଜ ଥିଲେ, ପରିବାର ଲୋକେ ଯୁବତୀଜଣଙ୍କୁ ଅନେକ ଖୋଜା ଖୋଜି ପରେ ସିଂଲାଥାନାରେ ଅଭିଯୋଗ ଦେଇଥିଲେ, କିନ୍ତୁ ପୋଲିସ ସେହି ଯୁବତୀର କୈାଣସି ଖୋଜଖବର ପାଇନଥିଲେ,ତେବେ ଆଜି ଏହି କଙ୍କାଳ ମିଳିବା ପରେ ସେହି ଯୁବତୀଙ୍କର ହୋଇଥାଇପାରେ ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି। ଅନ୍ୟପଟେ ଏହି ମାମଲାରେ କୌଣସି ପ୍ରତିକ୍ରିୟା ରଖିନାହିଁ ପୋଲିସ ।

Leave a Reply

Your email address will not be published. Required fields are marked *