Pratidin TV

Odisha's Digital News Platform

ବିଚ୍ ରାସ୍ତାରେ ହୁ ହୁ ହୋଇ ଜଳିଲା ସ୍ଲିପର ବସ୍ ; ଜୀଅନ୍ତା ଜଳିଗଲେ ୨ ଯାତ୍ରୀ , ୧୫ ଗୁରୁତର ….

1 min read

ଜୟପୁର ; ବିଚ୍ ରାସ୍ତାରେ ଚଳନ୍ତା ବସ୍‌ରେ ଲାଗିଲା ନିଆଁ । ଆଖି ପିଛୁଳାକେ ବସ୍ ସାର ବ୍ୟାପିଗଲା ନିଆଁ । ୨ ଜଣ ଜୀଭନ୍ତ ଦଗ୍ଧ ହେବା ସହ ୧୦-୧୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଏକ ଲୋମହର୍ଷକର ଘଟଣା ରାଜସ୍ଥାନ ଜୟପୁରରୁ ସହରରୁ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଏକ ଏସି ସ୍ଲିପର ବସ୍ (AR 01 K 7707) ଜୟପୁରରୁ ଦିଲ୍ଲ ଅଭିମୁଖେ ଆସୁଥିବା ସମୟରେ ଗୁରୁଗ୍ରାମର ସିଗ୍ନେଚର ଟାୱର ଫ୍ଲାଏଓଭର ଓପରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ବସ୍‌ରେ ଥିବା ୩୫-୪୦ ଯାତ୍ରୀ ବସରୁ ଓହ୍ଲାଇ ପାରିନଥିଲେ । କାରଣ ବସର ପଛପଟେ ପ୍ରଥମେ ନିଆଁ ଲାଗିଥିବା ବେଳେ ତାହା କ୍ଷୀପ୍ର ବେଗରେ ଚାରି ପଟକୁ ବ୍ୟାପି ଯାଇଥିଲା। ଏହାଦେଖି ବସ୍ରେ ଥିବା ଯାତ୍ରୀମାନେ ରକ୍ଷା ପାଇବା ପାଇଁ ଆକୁଳ ଚିତ୍କାର କରିଥିଲେ। ଏପରିକି ବହୁ ଯାତ୍ରୀ କାଚ ଭାଙ୍ଗି ବାହାରକୁ ମଧ୍ୟ ଡେଇଁ ପଡ଼ିଥିଲେ।

ଖବର ପାଇ ଘଟଣା ସ୍ଥଳରେ ଜୟପୁର ପୋଲିସ ଓ ଅଗ୍ୱିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ସେତେବେଳକୁ ବସ୍ ପଛ ପାଶ୍ୱରେ ଥିବା ଯାତ୍ରୀମାନଙ୍କ ଭିତରୁ ୨ ଜଣ ସମ୍‌ୂର୍ଣ୍ଣ ରୂପେ ଜଳିଯାଇଥିଲେ ଏବଂ ୧୦-୧୨ ଜଣ ଗୁରୁତର ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାଯାଇଛି। ଅନ୍ୟପଟେ ଗୁରୁତରମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ହରିୟାଣାର ଆଡିସନାଲ ପୁଲିସ୍ କମିଶନର ବରୁଣ ଦାହିୟା ସୂଚନା ଦେଇଛନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବସ୍ରେ କିଛି ଗ୍ୟାସ୍ ସିଲିଣ୍ଡର ଥିବା ବେଳେ ଉକ୍ତ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିଲା ।

Leave a Reply

Your email address will not be published. Required fields are marked *