Pratidin TV

Odisha's Digital News Platform

ରାତିରେ ୫ ଘଣ୍ଟାରୁ କମ୍ ଶୋଉଥିଲେ ସାବଧାନ ; ଶିକାର ହେବେ ପେରିଫେରାଲ ଆର୍ଟେରୀ ରୋଗର , ୨ ଗୁଣ ବଢିବ ହାର୍ଟ ..

ନୂଆଦିଲ୍ଲୀ : କଣ ଆପଣାମନେ ନିଜର ଶୋଇବା ସହ ଅବହେଳା କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ , ନଚେତ୍ ଶିକାର ହେବେ ପେରିଫେରାଲ ଆର୍ଟେରୀ ଡିଜିଜର ।

ଚାଲନ୍ତୁ ଜାଣିବା କଣ ଏହି ରୋଗ ଆଉ ଏହାର ପ୍ରଭାବ –
ଯଦି ଆମେ ରାତି ସମୟରେ ୫ ଘଣ୍ଟାରୁ କମ୍ ଶୋଇଥାନ୍ତି । ତେବେ ଆମମାନଙ୍କଠାରେ ଖୁବ୍ ଶୀଘ୍ର ପେରିଫେରାଲ ଆର୍ଟେରୀ ଡିଜିଜ (ପିଏଡି) ବୃଦ୍ଧିର ୭୪% ଆଶଙ୍କା ଥାଏ ବୋଲି ଗବେଷଣାରୁ ଜଣାପଡିଛି । ଏହାଦ୍ୱାରା ଗୋଡର ଧମନୀରେ ଜମାଟ ବାନ୍ଧିବା ସହ ଏହା ରକ୍ତ ପ୍ରବାହକୁ ରୋକି ଦେଇଥାଏ, ଯାହାଫଳରେ ହୃଦଘାତ ଓ ଷ୍ଟ୍ରୋକ୍ ର ଆଶଙ୍କା ବୃଦ୍ଧି କରିଥାଏ । ବିଶ୍ୱରେ ପ୍ରାୟ ୨୦ କୋଟି ଲୋକ ପିଏଡି ରୋଗରେ ପୀଡିତ ବୋଲି ଜଣାଯାଇଛି ।

ଗବେଷଣା ଅନୁଯାୟୀ, ରାତିରେ ୭ ରୁ ୮ ଘଣ୍ଟା ଶୋଇବା ଯୋଗୁ ପିଏଡି ଆଶଙ୍କା ହ୍ରାସ ପାଇଥାଏ ବୋଲି ସ୍ୱେଡେନ କାରୋଲିନସ୍କା ପ୍ରତିଷ୍ଠାନର ଗବେଷକ ସୁଇ ୟୁଆନ ପ୍ରକାଶ କରିଛନ୍ତି । ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁ ଲୋକେ ଅଧିକ ଶୋଉଛନ୍ତି,ତେବେ ଶାରୀରିକ ଭାବେ ସକ୍ରିୟ ଥିବା ବ୍ୟକ୍ତିଙ୍କ ଠାରେ ଏହି ଆଶଙ୍କା କମ୍ ଥାଏ । ନିଦ ଉପରେ ପ୍ରାୟ ୬ ଲକ୍ଷ ୫୦ ହଜାର ବିଶ୍ଲେଷଣକାରୀଙ୍କ ତଥ୍ୟ ୟୁରୋପିଆନ ହାର୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *