Pratidin TV

Odisha's Digital News Platform

ଶୋଇଥିଲେ ଯୁବକ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣିଦେଲେ ଦୁର୍ବୁତ୍ତ

1 min read

ଘରେ ପଶି ଯୁବକକୁ ହାଣିଦେଲେ | ଶୋଇଥିବା ବେଳେ ଯୁବକଙ୍କୁ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି | ଏପରି ନିର୍ମମ ହତ୍ୟାକାଣ୍ଡ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ପନ୍ଦରା ସାହିରେ ଘଟିଛି | ଗୁରୁବାର ରାତିରେ ଘଟିଛି | ତାଙ୍କୁ ତୁରନ୍ତ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଏନେଇ ହୋଇଛି ପୁରୁଷୋତ୍ତମପୁର ପୋଲିସ ଥାନାରେ ହୋଇଛି ଅଭିଯୋଗ |

ତେବେ ସୂଚନା ମୁତାବିକ, ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ପନ୍ଦରା ସାହିର ୨୩ ବର୍ଷୀୟ ମୁରଲୀ ବାଡ଼ତ୍ୟା | ଗୁରୁବାର ରାତିରେ ମୁରଲି ଘର ଭିତରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ | ତେବେ ରାତରେ ମୁରଲିଙ୍କ ବାପା ପାଣି ପିଇବାକୁ ଘର ଭିତରକୁ ଯାଇଥିଲା ବେଳେ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ | ସଙ୍ଗେ ସଙ୍ଗେ ତାଙ୍କୁ ହିଞ୍ଜିଳିକାଟୁ ମେଡିକାଲକୁ ନେଇଥିଲେ | ତେବେ ଚିକିତ୍ସା କରୁଥିବା ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା l ଖବରପାଇ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଦିନ ତଳେ ଗ୍ରାମରେ ଦଣ୍ଡନାଚ ସମୟରେ ହୋଇଥିବା ଗଣ୍ଡଗୋଳ କାରଣକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି l

Leave a Reply

Your email address will not be published. Required fields are marked *