Pratidin TV

Odisha's Digital News Platform

କରୋନା ସଂକ୍ରମଣ ସାମାନ୍ୟ ହ୍ରାସ: ୨୪ ଘଣ୍ଟାରେ ଚିହ୍ନଟ ୧୧ହଜାର ଆକ୍ରାନ୍ତ

1 min read

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା । କିଛି ଦିନ ହେବ ସଂକ୍ରମଣ ୧୫ ହଜାର ଉପରେ ରହୁଥିବା ବେଳେ ଏବେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୧,୭୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଶୁକ୍ରବାର ତୁଳନାରେ କମ୍ ରହିଛି । ସେହିପରି ସଂକ୍ରମଣ କମିଥିଲେ ହେଁ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି ।

ଦିନକରେ ଦେଶରେ ୨୫ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ଏବଂ ୧୦,୯୧୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୨,୫୭୬କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୨.୫୯%ରେ ପହଞ୍ଚିଛି ।ଏଯାବତ୍ ୪,୨୭,୭୨,୩୯୮ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ ୫,୨୪,୯୯୯ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୯୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *