ଫିଲ୍ମର ପ୍ରଚାର କରିବାକୁ ଯାଇ ହଟହଟା ହେଲେ ଅଭିନେତା, ଅକ୍ଷୟ ଟାଇଗରଙ୍କ ଉପରେ ହେଲା ଚପଲ ମାଡ଼ !
1 min readଫିଲ୍ମର ପ୍ରଚାର କରିବାକୁ ଯାଇ ହଟହଟା ହେଲେ ଅଭିନେତା । ବେଡ ମିଆଁ ଛେୋଟ ମିଆଁର ପ୍ରେମାଶନ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ । ସୋମବାର ଅଭେିନତା ଚଳଚ୍ଚିତ୍ରର ପ୍ରଚାର ପ୍ରସାର ପାଇଁ ଲେକ୍ଷ୍ନୌର ପହଞ୍ଚିଥିଲେ। ଲେକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ପ୍ରବଳ ଜନ ସମାଗମ ମଧ୍ୟରେ ଉଭୟ ଅଭିନେତା କିଛି ଷ୍ଟଣ୍ଟ ପ୍ରଦଶର୍ନ କରିଥିଲେ । ତେବେ ସେହି କାର୍ଯ୍ୟକ୍ରମରେ ଦୁଇ ତାରକାଙ୍କୁ ଦେଖିବାକୁ ଭିଡ ଜମିଥିଲା । ଆଉ ସେହି ଭିଡ ଫଳରେ ପ୍ରବଳ ହଙ୍ଗାମା ସହ ସ୍ଥିତି ଅନିୟନ୍ତ୍ରିତ ହୋଇଥିଲା ।
ଠିକ୍ ଏତିକିବେଳେ ସେଠାରେ ଥିବା ଲୋକ ଅକ୍ଷୟ ଏବଂ ଟାଇଗରଙ୍କ ଉପରୁ ଚପଲ ମାଡ କରାଯାଇଥିଲା । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଏକାସାଙ୍ଗରେ ଅକ୍ଷୟ ଓ ଟାଇଗରଙ୍କୁ ମଞ୍ଚରେ ଦେଖିବାକୁ ମିଳିଛି, ଯେଉଁଠି ସେମାନେ ଲେକ୍ଷ୍ନୌ ଆସି ଉତ୍ସାହିତ ଥିବା କହୁଛନ୍ତି । ଧିରେଧିରେ ଲୋକ ସଂଖ୍ୟା ବଢିବା ସହ ସୁରକ୍ଷାକର୍ମୀମାନେ ଭିଡ଼ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା । ଅନେକ ଲୋକ ସାମ୍ନାକୁ ଚପଲ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଭିଡ଼ ମଧ୍ୟରେ ଅନେକ ଚପଲ ମୈଦାନର ଚାରିଆଡ଼େ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ SHO ଠାକୁରଗଞ୍ଜ କହିଛନ୍ତି ଦର୍ଶକମାନେ ଅଧିକ ଉତ୍ସାହିତ ହୋଇ ଚପଲ ଫିଙ୍ଗିଥିଲେ ।କେହାଦ୍ୱାରା କାହାର କିଛି କ୍ଷତି ହୋଇନାହିଁ । ଲେକ୍ଷ୍ନୌରେ ତାରକାଙ୍କ ଲାଇଭ୍ ଷ୍ଟଣ୍ଟ ପ୍ରଥମଥର ହୋଇଛି । ସେଥିପାଇଁ ଲୋକେ ଖୁସି ହୋଇ ଏପରି କରିଥିଲେ । କାହାକୁ ମାରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଏହି ଘଟଣା କୁ ନେଇ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ । ଫିଲ୍ମ ପ୍ରମୋଶନ ସୁରୁଖୁରୁ ରେ ହୋଇଛି । ଏଥିପାଇଁ କାହାର କିଛି କ୍ଷତି ହଇନାହିଁ ।