Pratidin TV

Odisha's Digital News Platform

ସମୁଦ୍ର ମାଛ ଅପେକ୍ଷା ବଜାରରେ ଚାହିଦା କମାଇଛି ନାଗାବଳୀର ଚୁନା ମାଛ …

1 min read

ରାୟଗଡା : ଚୁନା ମାଛ ପାଟିକୁ ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ଭଲ ତେଣୁ ଏହି ଫାଷ୍ଟ ଫୁଡ଼ ଯୁଗରେ ବି ଦେଶୀ ଚୁନା ମାଛର ଚାହିଦା ଢେର ଅଧିକ । ବଜାରରେ ଏବେ ପାଣି ଆଖିଆ, ରୂପ ଚାନ୍ଦି,କୋଉ, ଚୁନା ପାଥୁଆ,ଖୁରାଣ୍ଡି,କେରାଣ୍ଡି,ଭଳି ମାଛ ମିଳୁଛି।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ନାଗାବଳୀ ନଦୀ କୂଳରେ ବସ ବାସ କରି ଆସୁଥିବା କେଉଟ ମାନେ ସକାଳୁ ସକାଳୁ ନିଜ ନିଜ ମାଛ ଜାଲ ଧରି ନଦୀ କୁଳକୁ ଯାଇ ମାଛ ସଂଗ୍ରହ କରି ଏହାକୁ ବିକ୍ରୀ କରୁଥିବା ବେଳେ ମାର୍କେଟରେ ଚୁନା ମାଛର ଚାହିଦା ଅଧିକ ହୋଇଥିବା ଦେଖିବାକୁ ମିଳିଛି।

Advertisement

ସମୁଦ୍ର ମାଛ ଅପେକ୍ଷା ନଦୀ ମାଛର ଟେଷ୍ଟ/ସ୍ୱାଦ ଅଲଗା ହୋଇଥାଏ । କମ ତେଲ ଆଉ ମସଲାରେ ବି ଚୁନା ମାଛ ଖାଇବା ରେ ଭାରି ଟେଷ୍ଟି ଚୁଡୁ ଚୁଡା ଭଜା ହେଉ କିମ୍ବା ତେନ୍ତୁଳି ପକେଇ ଆମ୍ବିଲୋ ଟିକେ ହୋଇ ଗଲେ କଥା ସରିଲା , ଖାଇବାରେ ଭାରି ମଜା ଲାଗିଥାଏ। କେବଳ ବୟସ୍କ ଲୋକ ଚୁନା ମାଛକୁ ପସନ୍ଦ କରନ୍ତି ତାହା ନୁହେଁ ଛୋଟ ଛୋଟ ପିଲା ମାନେ ବି ଛୋଟ ମାଛ ପ୍ରେମରେ। ଛୋଟ ମାଛ ଦେହ ପାଇଁ ଖୁବ୍ ହିତକର ବିଶେଷ କରି ଡାଇବେଟିସ, ହାର୍ଟ,କୋଲେଷ୍ଟ୍ରୋଲ ପେସେଣ୍ଟ ଙ୍କ ସହ ଛୋଟ ପିଲା ଏବଂ ଗର୍ଭବତୀ ମହିଳା ଙ୍କୁ ଡାକ୍ତର ମାନେ ଖାଇବା କୁ ପରାମର୍ଶ ଦେଉଛନ୍ତି।

Leave a Reply

Your email address will not be published. Required fields are marked *